ହେଡଲାଇନସ୍:

ବିଜେଡି ଛାଡି ବିଜେପିରେ ସାମିଲ ହେଲେ ବିଜେଡିର ଟାଣୁଆ ଯୁବନେତା ବାଣୀକଲ୍ୟାଣ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 


ଦୁର୍ନୀତି, ଭ୍ରଷ୍ଟାଚାରୀ, ବ୍ୟଭୀଚାରୀ ବିଜେଡି ଶାସନ ବିରୁଦ୍ଧରେ ଲଢେଇ ହେବ : ମନମୋହନ ସାମଲ

  •  ଭୁବନେଶ୍ୱରର ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ପୀୟୁଷ ମହାନ୍ତି ବିଜେପିରେ ହେଲେ ସାମିଲ

  •  ବିଶିଷ୍ଟ ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବି ଶୁଭେନ କୁମାର ପାଣି ବିଜେପିରେ ସାମିଲ ହେଲେ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀର ଟାଣୁଆ ତଥା ଲୋକପ୍ରିୟ ଯୁବ ନେତା ତଥା ବିଜୁ ଯୁବ ଜନତା ଦଳ ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀ ବାଣୀକଲ୍ୟାଣ ମହାନ୍ତି ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ବିଜେଡି ପରିତ୍ୟାଗ କରିଥିବା ପୂର୍ବତନ ସରପଂଚ ବଂଶୀଧର ବିଶ୍ୱାଳ, ୱାର୍ଡ ମେମ୍ବର ନକୁଳ ମହାଲିକ, ପଂଚାୟତ ସମିତି ସଦସ୍ୟ ସନାତନ ସେଠୀ, ସମବାୟ ସମିତି ସଭାପତି ବିଭୁ ସୁନ୍ଦର ସେଠୀ, ଉଦୟନାଥ ବିଶ୍ୱାଳ, ବୁଦ୍ଧଦେବ ସାହୁ, ଆରତୀ ବେହେରା, ଗଙ୍ଗାଧର ମଲ୍ଲିକ, ନିଶିକାନ୍ତ ଗିରି, ବଳରାମ ନାୟକ, ଖଗେଶ୍ୱର ଜେନା, ଶିବପ୍ରସାଦ ନାୟକ, ଜଗବନ୍ଧୁ ନାଥ, କାମିନୀକାନ୍ତ ନାଥ, ଶ୍ରୀକାନ୍ତ ନାଥ,ଭାଗିରଥୀ ବିଶ୍ୱାଳ, ବୁଲୁ ବେହେରା, ସରୋଜ କୁମାର ପଲେଇ, ଦଶରଥ ବେହେରା, ସୁଶୀଲ ମହାନ୍ତି, ଗୋବିନ୍ଦ ଜେନା, ବିମଳ କୁମାର ମାଝୀ, ତ୍ରିଲୋଚନ ମହାନ୍ତି, ସରୋଜ ରାଉତ, ରାଜା କୁମାର ନାୟକ, ବସନ୍ତ ନାୟକ, ଲିକୁନ ପଲେଇ, ନିରାକାର ସାହୁ, ବିଦ୍ୟାଧର ସାମଲ, ଅନାଦି ବେହେରା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ଓଡିଶାର ଜଣାଶୁଣା ବିଶିଷ୍ଟ ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍ ପ୍ରତିଷ୍ଠାତା ଶ୍ରୀ ପୀୟୁଷ ମହାନ୍ତି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମହାନ୍ତିଙ୍କ ସହ ଶିଳ୍ପପତି ସଞ୍ଜୟ ଜେନା, ଯୁବନେତା ରତି ରଞ୍ଜନ ପାଇକରାୟ, ପ୍ରଣବ ଦାସ, ସନାତନ ମହାକୁଡ, ବଳଭଦ୍ର ନାୟକ, କାହ୍ନୁ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ବିଶିଷ୍ଟ ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବି ଶୁଭେନ କୁମାର ପାଣି ବିଜେପିରେ ସାମିଲ ହୋଇଛନ୍ତି ।
"ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୂତନ ଭାରତ ନିର୍ମାଣର ମୁଳଦୁଆ ସ୍ଥାପନା କରିଛନ୍ତି । ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦିଜୀ ସଂକଳ୍ପବଦ୍ଧ । “ବିକଶିତ ଭାରତ, ବିକଶିତ ଓଡିଶା” ପରିପ୍ରେକ୍ଷୀରେ ଓଡିଶାବାସୀ ‘ଏଥର ବିଜେପି ସରକାର’ ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାର ବିଜେଡି ଶାସନ ବିରୁଦ୍ଧରେ ଲଢେଇ ହେବ । ଓଡିଆ ଅସ୍ମିତାକୁ ନେଇ ଗଠନ ହେବ ନୂତନ ଓଡିଶା । ଓଡିଶାରେ ବିଜେପିର ଡବଲ୍ ଇଂଜିନ ସରକାର ଗଠନ ହେବ । କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ । ଧାନ କ୍ୱିଂଟାଲ ପ୍ରତି ଚାଷୀକୁ ମିଳିବ ୩୧୦୦ ଟଙ୍କା । ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ପ୍ରଦାନ କରାଯିବ । ଦାଦନ ଓ ବେକାରୀ ସମସ୍ୟାର ସମାଧାନକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯିବ । ଖଣିଜ ସଂପଦର ‘ଭ୍ୟାଲୁ ଆଡିସନ’ କରାଯାଇ ଯୁବକଙ୍କୁ ରୋଜଗାରକ୍ଷମ କରାଯିବ । ଖାଲି ପଡିଥିବା ସରକାରୀ ପଦବୀକୁ ଯଥାଶୀଘ୍ର ପୂରଣ କରାଯିବ । ଭୁଷୁଡି ପଡିଥିବା ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଯୁଦ୍ଧକାଳିନ ପରିସ୍ଥିତିରେ ସୁଦୃଢ କରାଯିବ" ବୋଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସମ୍ପାଦକ ସରୋଜ କର, ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ବିଧାୟକ ଦେବାଶିଷ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବରିଷ୍ଠ ନେତା ଦୀନବନ୍ଧୁ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ ।

0
0
0
s2sdefault