ହେଡଲାଇନସ୍:

ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ ହେଲେ ପି.ନାଗାରତ୍ନମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ଓ ମୋର ଶେଷ ଯାତ୍ରା ରେ କଂଗ୍ରେସ ଦଳର ପତକା ମୋ ସାଥି ହୋଇ ରହିବ"

ତେନ୍ତୁଳିଖୁଣ୍ଟି .କୃପା ନିଧି ରାଉତ:ବରିଷ୍ଠ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପି ନାଗାରତ୍ନମ ଙ୍କୁ ପ୍ରେଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ କରାଯାଇଛି ! ଏଆଇ ସିସି ପକ୍ଷରୁ  ପି.ନାଗାରତ୍ନମ ଙ୍କୁ ପିସିସି ସମ୍ପାଦିକା ଭାବରେ ମନୋନୀତ କରାଯାଇଥିବା ନେଇ ପିସିସି ଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ! ଏହାପରେ କଂଗ୍ରେସ ମହଲ ରେ ଉତ୍ସାହ ଦେଖିବାକୁ ମିଳିଛି ! ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଂଚାୟତ ଅନ୍ତର୍ଗତ ଚରାମୁଳା ଗ୍ରାମର ପି.ନାଗା ରତ୍ନମ 1992 ମସିହାରେ ରାଜନୀତି ଜୀବନ ଆରମ୍ଭ କରିଥିଲେ ! 1992 ମସିହାରେ ପ୍ରଥମ ଥର ଦିଗି ପଂଚାୟତ ର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ ! ପୁଣିଥରେ 1997 ମସିହାରେ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇ 2002 ପର୍ଯ୍ୟନ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ଅଧକ୍ଷା ଭାବେ ପାଞ୍ଚ ବର୍ଷ ଥିଲେ ! ଏବଂ ଦୀର୍ଘ ପନ୍ଦର ବର୍ଷ ପର୍ଯ୍ୟନ୍ତ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରି ସଂଗଠନ ଙ୍କୁ ସୁଦୃଢ କରିବାରେ ଅଣ୍ଟା ଭିଡ଼ିଥିଲେ!ଏହା ପରଠୁ ସେ ଆଉ କେବେ ପଛକୁ ଫେରିନାହାନ୍ତି ! ବିପୁଳ ଜନ ସମର୍ଥନ ସାଙ୍ଗକୁ ତାଙ୍କ କାର୍ଯ୍ୟ ଶୈଳୀ ବ୍ଲକ ବାସୀଙ୍କୁ ଅପାୟିତ କରିଥିଲା ! ଜଣେ ନାରୀ ନେତ୍ରୀ ଭାବରେ ଜନତା ଙ୍କ ସେବାରେ ଦିନରାତି ଏକ କରି ଦେଇଥିଲେ ! ସେହିପରି ଶ୍ରୀମତୀନାଗା ରତ୍ନମ ପ୍ରଦେଶ କଂଗ୍ରେସ କମିଟି ସଭ୍ୟା ଭାବରେ ରହି କଂଗ୍ରେସ ପାଇଁ କାର୍ଯ୍ୟ କରୁଥିଲେ ! ତେବେ ବର୍ତ୍ତମାନ ଶ୍ରୀମତୀ ନାଗା ରତ୍ନମ ଙ୍କୁ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦିକା ଭାବେ ମନୋନୀତ କରାଯିବା ପରେ କଂଗ୍ରେସ ମହଲ ରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ! ଚଳିତ ସାଧାରଣ ନିର୍ବାଚନ ରେ କଂଗ୍ରେସ ଭଲ ପଦର୍ଶନ କରିବ ବୋଲି ନବ ପିସିସି ସମ୍ପାଦିକା ନାଗା ରତ୍ନମ ପ୍ରକାଶ କରିଛନ୍ତି !ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ଓ ମୋର ଶେଷ ଯାତ୍ରା ରେ କଂଗ୍ରେସ ଦଳର ପତକା ମୋ ସାଥି ହୋଇ ରହିବ ବୋଲି ସେ କହିବାସହ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ ଓ ରାଜ୍ୟ ସଭାପତି ଶରତ ପଟନାୟକ କୃତଜ୍ଞତା ଜଣାଇଥିଲେ

0
0
0
s2sdefault