ହେଡଲାଇନସ୍:

ଭଙ୍ଗାବାରି ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ର ର ଭିତ୍ତିପ୍ରସ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା (ଶାସକ ପ୍ରସାଶକ) ତା: 28.02.2024:- ଆଜି ଭବାନୀପାଟଣା ସହର ନିକଟସ୍ଥ ସ୍ଥାନୀୟ ଭଙ୍ଗାବାରୀ ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଏହି ଆନୁକୁଲ୍ୟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ କଳାହାଣ୍ଡି ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ଏବଂ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୧୧ ଟି ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିଅମ ର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଓ ଅନୁସନ୍ଧିତା , ବିଜ୍ଞାନ ଓ ବୈଷୟିକ ଜ୍ଞାନ,ବିଜ୍ଞାନର ଲୋକପ୍ରିୟତାକୁ ଜନସାଧାରଣ ଠାରେ ପହଞ୍ଚାଇବା ଏହି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସ୍ଥାପନର ଉଦ୍ଦେଶ୍ୟ । ମୂଖ୍ୟ ମନ୍ତ୍ରୀ ଏହି ଅବସରରେ ଜୟପୁର, ଘଟଗାଁ ଓ ବାରିପଦାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପରିସରରେ ପ୍ଲାନେଟୋରିଅମ ର ଲୋକାର୍ପଣ କରିଛନ୍ତି । ବିଜ୍ଞାନ ଓ ବୈଷୟିକ ଯୁଗରେ ଆମ ଓଡିଶାର ଛାତ୍ରଛାତ୍ରୀ ରୂପାନ୍ତରିକରଣ ସ୍କୁଲରେ ପାଠ ପଢି ନିଜର ଦକ୍ଷତାକୁ ବିକାଶ କରିବେ ଓ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରି ଓଡିଶା ବିକାଶର ସହାୟକ ହେବେ । ରାଜ୍ୟସଭା ସଦସ୍ୟ ସୁଜିତ କୁମାର ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ବିଜ୍ଞାନ ଦିବସର ଶୁଭେଚ୍ଛା ଜଣାଇ ୧୧ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସ୍ଥାପନ ପଦକ୍ଷେପକୁ ପ୍ରଶଂସା କରି ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନ ଲାଭକରି ଛାତ୍ରଛାତ୍ରୀମାନେ ଓଡିଶାର ତଥା ଦେଶରେ ରାଜ୍ୟର ନାମ ରଖିବେ ବୋଲି ଆଶା ପ୍ରକାଶ କଲେ ।
ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଆଭାଷୀ ରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ , ୫ଟି ଅଧ୍ୟକ୍ଷ , ମନ୍ତ୍ରୀ, ବିଧାୟକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା , ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର , ଡି.ଇ.ଓ ସୁଶାନ୍ତ ଚୋପଦାର , ଡି.ଆଇ.ପି.ଆର.ଓ ମନୋଜ ବେହେରା , ଶିକ୍ଷା ବିଭାଗର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault