ହେଡଲାଇନସ୍:

ଉଦଯାପିତ ହେଲା ବାସୁଦେବାୟନ: ବିଧାୟକ ଓ ତାଙ୍କ ପତ୍ନୀ ଗାଇଲେ ଟାଇଟଲ ଗୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମଞ୍ଚରେ  ବିଜେପି କାଉନସିଲରଙ୍କ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ

ବାସୁଦେବପୁର - ଉଦଯାପନୀ ଉତ୍ସବ ପାଳନ ହୋଇ ଯାଇଛି ବାସୁଦେବପୁର ମହୋତ୍ସବ ବାସୁଦେବାୟାନର। ଚାରି ଦିନ ଧରି ଚାଲିଥିବା ଏହି ମଞ୍ଚ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବାସୁଦେବପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବ ସ୍ଥାନୀୟ ଯାଦବ ପଡିଆ ଠାରେ ଅନୁଷ୍ଟିତ ହୋଇ ଯାଇଛି। ଚାରି ଦିନ ଧରି ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଏହାକୁ ମନ ଭରି ଉପଭୋଗ କରିଥିଲେ। ଚାରିଦିନ ଧରି ପୌର ପରିଷଦ ର ସମସ୍ତ କର୍ମ ଚାରି, ବିଜେପି ବିଜେଡ଼ି ର ସମସ୍ତ କାଉନସିଲର ଉପସ୍ଥିତ ଥିବା ବେଳେ କଂଗ୍ରେସ କାଉନସିଲର ମାନେ ଚାରି ଦିନ ଧରି ଅନୁପସ୍ଥିତ ଥିଲେ। ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍, ପୌର ଅଧିକାରୀ ସମୀର ରଞ୍ଜନ ଦାଶ ଚାରି ଦିନ ଧରି ଉପସ୍ଥିତ ରହି ଥିଲେ। ବାସୁଦେବପୁର ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ଥାନା ଅଧିକାରୀ ଓ ଏସ ଡି ପି ଓ ନିଜେ ଉପସ୍ଥିତ ରହି ଥିଲେ।ବାସୁଦେବପୁର ମହୋତ୍ସବର ଶେଷ ଦିବସରେ ବିଜେପି କାଉନସିଲରଙ୍କ ଜୟ ଶ୍ରୀରାମ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ, ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ଓ ତାଙ୍କ ପତ୍ନୀ ଙ୍କ କଣ୍ଠ ରୁ ମହୋତ୍ସବ ର ଟାଇଟଲ ଗୀତ ରେ ଉପସ୍ଥିତ ହଜାର ହଜାର ଦର୍ଶକ ବିଭୋର ହୋଇଯାଇଥିଲେ। ଜୟ ଶ୍ରୀ ରାମ ନାରା ରେ ଉପସ୍ଥିତ ଦର୍ଶକ ବି କହିଥିଲେ ଜୟ ଶ୍ରୀ ରାମ। ବାସୁଦେବପୁର ପୌରପାଳିକା ପକ୍ଷରୁ ୪ଦିନ ଧରି ସ୍ଥାନୀୟ ଯାଦବ ପଡିଆରେ ପାଳିତ ହେଉଥିବା ବାସୁଦେବପୁର ମହୋତ୍ସବରେ ଶେଷ ତଥା ଅନ୍ତିମ ଦିନ ରେ ଯୋଗ ଦେଇଥିଲେ ମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ବିଷ୍ଣୁ ବ୍ରତ ରାଉତ ରାୟ, ବ୍ଲକ୍ ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ,। ଏହି ଅବସର ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍ ଓ ଅଧିକାରୀ ସମୀର ରଞ୍ଜନ ଦାଶ ଉପସ୍ଥିତ ଥିଲେ। ଏହି ଅବସର ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଥିଲା। ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ଵ ମାନଙ୍କ ସହ କାଉନସିଲର ଓ ଗଣ ମାଧ୍ୟମ କୁ ସମ୍ବର୍ଦ୍ଧିତ କରାଯାଇଛି। ଉଦ୍ ଜାପାନୀ ରାତିରେ କଣ୍ଠ ଶିଳ୍ପୀ ମଣ୍ଟୁ ଛୁରିଆ ଙ୍କ ଗୀତ ରେ ଦର୍ଶକ ମନ ଭରି ଉପଭୋଗ କରିଥିଲେ।

0
0
0
s2sdefault