ଶାସକ ପ୍ରଶାସକ/ ଅଶୋକ ସାହୁ : ତା 19.01.24 ରିଖ ଦିନ ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ, ନବରଙ୍ଗପୁର ଜିଲ୍ଲା ଶାଖା ତରଫ ରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ, ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କୁ ଭେଟି ରାଜ୍ୟ ସଂଘ ଦେଇଥିବା ବିଭିନ୍ନ ପ୍ରକାର ଦାବି ଗୁଡ଼ିକ ର ଆଲୋଚନା ଏବଂ ଯଥାଶୀଘ୍ର ପୂରଣ ନିମନ୍ତେ ଦାବିପତ୍ର ଦେବା ସହ ସରକାରଙ୍କୁ ଜଣାଇ ଦେଇଛନ୍ତି ଯେ 7 ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା 25.01.2024 ଠାରୁ କଳା ବ୍ୟାଚ ପରିଧାନ କରିବେ। ଯଦି ଇତି ମଧ୍ୟରେ ସରକାର ଙ୍କ ତରଫ ରୁ ଆଲୋଚନା ପାଈଁ ଆମନ୍ତ୍ରଣ କରା ନ ଯାଇ ଦାବୀ ପୂରଣ ପାଈଁ ପଦକ୍ଷେପ ନିଆ ନଗଲେ କଳା ବ୍ୟାଚ୍ ପରିଧାନର 10ଦିନ ପରେ ରାଜ୍ୟ ସଂଘ ର ନିର୍ଣ୍ଣୟ ପ୍ରକାରେ କଲମ ଛାଡ଼ ଆନ୍ଦୋଳନକୁ ଓଲ୍ହେଇବାକୁ କଡ଼ା ନିଷ୍ପତ୍ତି ନିଆଯିବ ବୋଲି ଓଡିଶା ରାଜ୍ୟ ରାଜସ୍ଵ କ୍ଷେତ୍ର ଅଧିକାରୀ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହମ୍ମଦ ଜାଭେଦ ଆଖତର ପ୍ରକାଶ କରିଥଲେ। ସ୍ମାରକ ପତ୍ର ପ୍ରଦାନ କରିବା ସମୟ ରେ ନବରଙ୍ଗପୁର ଜିଲ୍ଲା ଶାଖା ର ସଭାପତି ଶ୍ରୀ ପି ଉଦୟ କୁଆର, ଉପ ସଭାପତି ଶ୍ରୀ ଜୟଦେବ ପ୍ରଧାନି, ବିଜୟ କୁମାର ମାଝୀ, ଦିନକୃଷ୍ଣ ବେହେରା, ଖେମରାଜ୍ ପୂଜାରୀ, ଲାଲେନ୍ଦ୍ର ସୋରେନ ଦହଣା ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ର କଲମ ଛାଡ ଆନ୍ଦୋଳନ ର ଚେତାବନୀ
- Hits: 277








