ହେଡଲାଇନସ୍:

ଇଣ୍ଟରନ୍ୟାସନାଲ କନକ୍ଳେବରେ ବେଲଗୁଣ୍ଠା ଆହାର କେନ୍ଦ୍ର ପୁରସ୍କୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ )-ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆୟୋଜିତ ଇଣ୍ଟରନ୍ୟାସନାଲ କନକ୍ଳେବ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଆହାର କେନ୍ଦ୍ରକୁ ପୁରସ୍କୃତ କରାଯାଇଛି। ପ୍ରକାଶ ଥାଉକି, ଏହି ଆହାର କେନ୍ଦ୍ରର କାର୍ଯ୍ୟକାରିତା ଓ ପରିଚାଳନା ଦାୟିତ୍ୱ କେଦାରଗୌରୀ ମିଶନ ଶକ୍ତି ଗୋଷ୍ଠୀ ଗୋପୀନାଥସାହି କୁ ଦିଆଯାଇଛି। ମିଶନଶକ୍ତି ମହିଳା ମାନଙ୍କ ଦ୍ୱାରା ହିତାଧିକାରୀଙ୍କୁ ଦିଆଯାଉଥିବା ସେବା ତଥା ଆହାର କେନ୍ଦ୍ରର ଉତ୍ତମ ପରିଚାଳନା ନିମନ୍ତେ ରାଜ୍ୟରେ ମୋଟ ୧୫୮ କେନ୍ଦ୍ର ମଧ୍ୟରୁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜଟଣୀ ପୌରପାଳିକା କୁ ସମ୍ମାନିତ କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ବେଲଗୁଣ୍ଠା ମହିଳା ମାନଙ୍କୁ ପୁରସ୍କୃତ ହୋଇଥିବାରୁ ବେଲଗୁଣ୍ଠା ନଗର ବାସି ଖୁସି ବ୍ୟକ୍ତ କରିବା ସହ ବୁଦ୍ଧିଜୀବୀ ମହଲରେ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

0
0
0
s2sdefault