ଝରୀଗାଁ, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ 19/01-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧିନସ୍ଥ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଧାଲୟର 11ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ ହୋଇଯାଇଛି |ଉକ୍ତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଫୁଫୁଗାଁ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରୀକ୍ଷିତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସି. ଆର. ସି. ସି ରାମସା କ୍ଲଷ୍ଟର ସଂଗ୍ରାମ କେଶରୀ ବଡ଼ଜେନା, ଫୁଫୁଗାଁ ସରକାରୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୀପକ ପାଢ଼ୀ, ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସ୍କୁଲ ପରିଚାଳନା କମିଟିର ପୂର୍ବତନ ସଭାପତି ତୁଲାରାମ ମାଝୀ, ବର୍ତମାନର ସ୍କୁଲ ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ଦୁର୍ଗା, ରାମସା 6ନଂ ୱାର୍ଡ ର ୱାର୍ଡ ସଭ୍ୟ ଧନେର ପୂଜାରୀ, ରାମସା 1ର ଅଙ୍ଗନବାଡି କର୍ମୀ କୁନ୍ତଳା ହରିଜନ, ରାମସା 2 ର ଅଙ୍ଗନବାଡି କର୍ମୀ ଭାଗ୍ୟବତୀ ହରିଜନ, ରାମସା 1ର ଆଶା କର୍ମୀ ପୁଷ୍ପାରାଣୀ ପାଳଙ୍କ ସମେତ ଗ୍ରାମର ଭଦ୍ର ବ୍ୟକ୍ତି, ଭଦ୍ର ମହିଳା ଏବଂ ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ମାନେ ମଞ୍ଚାସିନ ରହିଥିଲେ |ପ୍ରଥମେ ମଞ୍ଚାସିନ ସମସ୍ତ ଅତିଥି ପ୍ରଭୁ ଗଜାନନଙ୍କ ପ୍ରତିମା ସମ୍ମୁଖରେ ପ୍ରଦୀପ ଓ ଧୂପ ପ୍ରଜ୍ବଳନ ପୂର୍ବକ ଗଜାନନଙ୍କ ପୂଜାର୍ଚନା କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ |ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବେଣୁଧର ଭତରା ମଞ୍ଚ ପରିଚାଳନା କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନେତମ ବିଦ୍ୟାଳୟର ବାର୍ଷିକ ବିବରଣୀ ସର୍ବ ସମ୍ମୁଖରେ ଉପ ସ୍ଥାପନା କରିଥିଲେ |ବିଦ୍ୟାଳୟର ଖେଳ ଶିକ୍ଷକ ଦୀପକ କୁମାର ସିଂ, ଗୋପୀନାଥ ଭତରା, ମାନସ ରଞ୍ଜନ ମେହେର, ଉତ୍ତମ କୁମାର ପଧାନ, ଭାବଗ୍ରାହୀ ଲେଙ୍କା, ମୁକେଶ କୁମାର ନାଇକ,ଶିବ ପ୍ରସାଦ ସାହୁ, ଶିକ୍ଷୟିତ୍ରୀ ସୁଜାତା ପେଣ୍ଠଇ, ସବିତା ନାଟୁଆ, ରାତ୍ରି ଜଗୁଆଳି ମାନସିଂ ଗଣ୍ଡ, ଜୟରାମ ଭତରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁ ଦାୟିତ୍ୱ ତୁଲେଇଥିଲେ |ଚଳିତ ବର୍ଷ ପ୍ରଥମ ଥର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ -2024ରେ ଭାଗନେଇଥିଲେ | ଜିଜ୍ଞାସା କ୍ଳବ, କୌଶଳୀ କ୍ଳବ, ସାହିତ୍ୟ ସୃଜନୀ କ୍ଳବ ଓ କ୍ରୀଡାଙ୍ଗନ କ୍ଳବ ଭଳି ଚାରିଟି କ୍ଳବରେ ବିଭକ୍ତ ହୋଇ ଚାରିଟି ବିଭାଗରେ ନିଜ ଭିତରେ ଅନ୍ତର୍ନିହିତ ପ୍ରତିଭା ସବୁର ପ୍ରଦର୍ଶନ କରିଥିଲେ |କାର୍ଯ୍ୟକ୍ରମକୁ ଆସିଥିବା ଅତିଥିଗଣ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ଅନ୍ତର୍ନିହିତ ପ୍ରତିଭା ସବୁ ବୁଲି ଦେଖିଥିଲେ ଓ ବହୁତ ପ୍ରଶଂସା ମଧ୍ୟ କରିଥିଲେ |ଉପସ୍ଥିତ ଅତିଥିଗଣ ଛାତ୍ରଛାତ୍ରୀ ମାନଙ୍କୁ ମନ ଲଗାଇ ପାଠ ପଢିବା ପାଇଁ ଉପଦେଶ ଦେଇଥିଲେ |ପରେ ଦୁଇଦିନ ଧରି ଚାଲିଥିବା କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା |ସର୍ବମୋଟ 52ଟି ଇଭେଣ୍ଟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ବିଦ୍ୟାଳୟର 152ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇ ମଞ୍ଚାସିନ ଅତିଥି ମାନଙ୍କ ହସ୍ତରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲେ..ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.
ରାଜ୍ୟ
ବାର୍ଷିକ କ୍ରୀଡା ଓ ବିଦ୍ୟାଳୟ ସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ 2024 ଉଦଯାପିତ |
- Hits: 270








