ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ସମ୍ମେଳନ ପ୍ରକୋଷ୍ଠ ଠାରେ "ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜନ", ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ନୂଆ-ଓ" ଓଡ଼ିଆ ସାହିତ୍ୟ ପ୍ରତିଯୋଗୀତା ଅବସରରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ସଭାପତିତ୍ବ କରିବା ସଙ୍ଗେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀମାନ ଲଳିତ ମୋହନ ପଣ୍ଡା। ପ୍ରାରମ୍ଭିକ ସଙ୍ଗୀତ ଛାତ୍ରୀମାନଙ୍କ ଦ୍ଵାରା ଗାନ ହୋଇଥିଲା। ପରିଚୟ ପ୍ରଦାନ କରିଥିଲେ ଅତିଥିଙ୍କର ଡ଼ଃ ସରୋଜ କୁମାର ନାଏକ। "ଶ୍ରୀ ଜଗନ୍ନାଥ ସଂସ୍କୃତ" ନାମକ ଭିତ୍ତି ପ୍ରବନ୍ଧ ଏବଂ "ଓଡ଼ିଆ ଭାଷାର ଇତିବୃତ୍ତ" ନାମକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ଯଥାକ୍ରମେ ନାରାୟଣ ସାହୁ ଏବଂ ସାଗରିକା ଯୋଶୀ। ଡ଼ଃ ଛାୟାକାନ୍ତ ଷଡ଼ଙ୍ଗୀ ସମୀକ୍ଷକ ଭାବରେ ଯୋଗଦାନ କରି ପ୍ରବନ୍ଧଦ୍ବୟ ର ସମୀକ୍ଷା କରିବା ସଙ୍ଗେ ସଙ୍ଗେ ସାଂପ୍ରତିକ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା ର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଡ଼ଃ ବିରଞ୍ଚି ସାହୁ, ଶ୍ରୀମାନ ତାରା ପ୍ରସାଦ ଶତପଥୀ, ଶ୍ରୀ ନବ କୃଷ୍ଣ ମିଶ୍ର, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଡ଼ଃ ସୁବୋଧ କୁମାର ତ୍ରିପାଠୀ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀମତୀ ରିନା ଧର୍ମବିନାୟକ, ସୁଶ୍ରୀ ସୁରେଶ୍ଵରୀ ପାଣ୍ଡେ, ଶ୍ରୀମତୀ ତାପିନି ପଣ୍ଡା, ଶ୍ରୀମତୀ ମୋନାଲିସା ସ୍ୱାଇଁ, ଶ୍ରୀମତୀ ଶର୍ମିଲା ପଣ୍ଡା, ଡ଼ଃ ମମତାମୟୀ ଗୁରୁ ତଥା ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଯୋଗଦାନ କରିବା ସଙ୍ଗେ ସଙ୍ଗେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରି ସଭାକୁ ସଫଳ କରିଥିଲେ। ଶେଷରେ ଶ୍ରୀମତୀ ପୂର୍ଣ୍ଣିମା ଦୋରା ଧନ୍ୟବାଦ ଜ୍ଞାପନ କରିଥିଲେ।
ରାଜ୍ୟ
"ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ" ର ଆୟୋଜନ" ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ" ର ନୂଆ"-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ପାଠଚକ୍ର
- Hits: 228








