ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଅଧିବେଶନ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହିଳା ଡ଼ିଗ୍ରୀମହାବିଦ୍ୟାଳୟ, ପଦ୍ମପୁରରେ ଆୟୋଜିତ ହୋଇଯାଇଛି । ଏଥିରେ ପ୍ରଥମତଃ ଓଡିଆ ହସ୍ତାକ୍ଷର ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଦ୍ଵିତୀୟ ଅଧିବେଶନରେ “ଓଡିଆ ଖାଦ୍ୟ ପ୍ରତିଯୋଗିତା” ଆୟୋଜିତ ହୋଇଥିଲା । ଏହି ଖାଦ୍ୟ ପ୍ରତିଯୋଗିତାରେ ଓଡିଶା ମିଲେଟ ମିଶନ, ପଦ୍ମପୁରର ବ୍ଲକ ପ୍ରୋଗ୍ରାମ କୋଅଡିନେଟର ଶ୍ରୀଯୁକ୍ତ ଟୁଲେଶ୍ଵର ବୈକାର, ଆଡିସିନାଲ ବ୍ଲକ ପ୍ରୋଗ୍ରାମ କୋଅଡିନେଟର ଶ୍ରୀଯୁକ୍ତ ତରଣୀସେନ ଦିୱାରି ଓ ସୁଶ୍ରୀ ସଂଗୀତା ଗୌନ୍ତିଆ ବିଚାରକ ରୂପେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ଟୁଲେଶ୍ଵର ବୈକାର ଓଡିଆ ଖାଦ୍ୟ ଉପରେ ଦିଗଦର୍ଶନ ଦେଇଥିଲେ । ଶ୍ରୀମତୀ କୁନ୍ତଳା ସାହୁ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଶ୍ରୀମତୀ ମଧୁମିତା ପ୍ରଧାନ, ସୁଶ୍ରୀ ସୋନିଆ ମେହେର, ସୁଶ୍ରୀ ପଦ୍ମିନୀ ପ୍ରଧାନ, ଶ୍ରୀ ଅନିଳ ପୁରୋହିତ, ଶ୍ରୀ ଧୀରେନ୍ଦ୍ର ବର୍ଗେ, ଶ୍ରୀ ସୀମିତ କୁମାର ମହାନ୍ତି, ଶ୍ରୀ ଫକିର ଭୋଇ, ଶ୍ରୀ ଗୋବିନ୍ଦ ବେହେରା, ଶ୍ରୀ ରବି ଅମରୀ, ଶ୍ରୀ ଚୂଡାମଣି ବେହେରା, ଶ୍ରୀ କୃଷ୍ଣ ସାହୁ, ଶ୍ରୀମତୀ ଗୌରୀ ସେଠ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ନୋଡ଼ାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ l
- Hits: 292








