ହେଡଲାଇନସ୍:

ଖୋର୍ଦ୍ଧା ରେଳୱେ କୁ ହରାଇ ବିଲାସପୁର ରେଳୱେ ସେମିଫାଇନାଲ ରେ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୮ ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ 


ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ରାଜବୋଡାସମ୍ବର ଖେଳପଡିଆ ଠାରେ ବୋରାସମ୍ବର ସ୍ପୋର୍ଟିଂ ଦ୍ବାରା ଆୟୋଜିତ ୨୮ ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଆଜି ଗ୍ରୁପ ବି ର ତୃତୀୟ ମ୍ୟାଚ୍ ଖୋର୍ଦ୍ଧା ଇଷ୍ଟ କୋଷ୍ଟ ରେଳୱେ ଓ ଇଷ୍ଟ ସେଣ୍ଟ୍ରାଲ ରେଳୱେ ବିଲାସପୁର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ ଆରମ୍ଭ ରେ ବିଲାସପୁର ଦଳ ଟସ୍ ଜିଣି ଫିଲ୍ଡିଂ କରିଥିଲେ। ଖୋର୍ଦ୍ଧା ଦଳ ବ୍ୟାଟିଂ କରି ୨୬.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୬ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଭିଷେକ ଯାଦବ ୩୨(୩୮) ରନ କରିଥିବା ବେଳେ ଗିରିଜା ରାଉତ ୨୦(୧୮)ରନ କରିଥିଲେ। ବିଲାସପୁର ଦଳ ପକ୍ଷରୁ ସୁଧାର୍ଶୁ ବର୍ମା ୩ ଟି ୱିକେଟ ଓ ସିଦ୍ଧାନ୍ତ ମୂଲାଇ ୩ ଟି ୱିକେଟ ନେଇଥିଲେ। ୧୨୭ ରନ ର ଲକ୍ଷ୍ୟ ନେଇ ବିଲାସପୁର ଦଳ ୨୨.୩ ଓଭରରେ ୪ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ।ଦଳ ପକ୍ଷରୁ ଏମ ଡି ଇଫ୍ରାନ୍ ୫୬(୩୫)ରନ କରିଥିଲେ। ଖୋର୍ଦ୍ଧା ଦଳ ପକ୍ଷରୁ ଶୁଭ।ଗ୍ୟ ରାଉତ ୩ଟି ୱିକେଟ ନେଇଥିଲେ । ଆଜି ର ପୁରସ୍କାର ବିତରଣୀ ଅବସରରେ ମୂଖ୍ୟ ଅତିଥି ଭାବରେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗଦାନ କରି ମେନ ଅଫ ମ୍ୟାଚ୍ ଭାବରେ ସିଦ୍ଧାନ୍ତ ମୁଳାଇ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ମ୍ୟାଚ କୁ ଆମ୍ପାୟାର୍ ସତ୍ୟବ୍ରତ ମହାପାତ୍ର ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, , କୁମାର ଆନନ୍ଦ, ଏସ.ବି.ସିମରନ ପ୍ରମୁଖ ଧାରାବିବରଣି ପ୍ରଦାନ କରିଥିଲେ। ଆସନ୍ତାକାଲି ଗ୍ରୁପ ବି ର ସେମିଫାଇନାଲ ମ୍ୟାଚ୍ ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଳୱେ ବିଲାସପୁର ଓ ବାପୁଜୀ କ୍ରିକେଟ୍ କ୍ଲବ ଭୁବନେଶ୍ଵର ମଧ୍ୟରେ ଅନୁଷ୍ଠିତ ହେବ।

0
0
0
s2sdefault