ହେଡଲାଇନସ୍:

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ସୁନ୍ଦରଗଡ଼ ଠାରେ ନାଟକ ପରିବେଷିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନାଟକ ' ଭକ୍ତ କର୍ମାବାଈ' ପରିବେଷିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ, ଜିଲ୍ଲା ପ୍ରଶାସନ ସୁନ୍ଦରଗଡ଼ ଏବଂ ସ୍ୱସ୍ଥି ଝଙ୍କାର ରାଉଲକେଲା ର ମିଳିତ ଆନୁକୁଲ୍ୟରେ ଆଜି ଲୋକାର୍ପିତ ହୋଇ ଯାଇଛି ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ୩୦ ଗୋଟି ଜିଲ୍ଲା ରେ ସନ୍ଧ୍ୟା ୬:୩୦ ସମୟ ରେ ପରିବେଷିତ ହୋଇଯାଇଅଛି ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ନାଟକ।
ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା ର ସ୍ଥାନୀୟ ସଂସ୍କୃତି ଭବନ ଠାରେ ସନ୍ଧ୍ୟା ୬:୩୦ ସମୟ ରେ ସ୍ବସ୍ତି ଝଙ୍କାର, ରାଉରକେଲା ଦ୍ଵାରା ପରିବେଷିତ ହୋଇଛି ନାଟକ ' ଭକ୍ତ କର୍ମାବାଈ'। ଶ୍ରୀ ଧିରେନ ପ୍ରହରାଜ ଙ୍କ ଦ୍ଵାରା ରଚିତ ଏହି ନାଟକ ରେ ଏବଂ ଡଃ. ସୁଶାନ୍ତ ପାଣି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଶ୍ରୀ ରାଜୀବ ପାଣି ଙ୍କ ସଂସ୍ଥା ' ସ୍ଵସ୍ଥି ଝଙ୍କାର ' ରାଉରକେଲା ଙ୍କ ପ୍ରଯୋଜନା ରେ ଏହି ନାଟକ ମଞ୍ଚସ୍ଥ ହୋଇଥିଲା ।
କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ
ପଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଶ୍ରୀ ରାଜୁ ଷଡ଼ଙ୍ଗୀ, ଶ୍ରୀ ବେଣୁ ମାଧବ ତ୍ରୀପାଠୀ ଏବଂ ରାଜୀବ ପାଣି ଜଗତ ର ନାଥ ଜଗନ୍ନାଥ ଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜଲ୍ଵନ ମାଧ୍ୟମରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଶ୍ରୀ ଗୋପକୃଷ୍ଣ ନାୟକ ସଂଯୋଜନା କରିଥିଲେ। ଭଗବାନ ଙ୍କ ପ୍ରତି ଭକ୍ତ ଙ୍କର ଅସୀମ ଭକ୍ତି ତଥା ଭକ୍ତ ଏବଂ ଭଗବାନ ଙ୍କ ପବିତ୍ର ସମ୍ପର୍କ ଉପରେ ପର୍ଯ୍ୟବେସିତ ଏହି ନାଟକ ଟି ଦର୍ଶକ ମାନଂକ ଦ୍ଵାରା ଉଚ୍ଚ ପ୍ରସଂଶିତ ହୋଇଅଛି।

0
0
0
s2sdefault