ହେଡଲାଇନସ୍:

ବାଣପୁରରେ ବାଇକ ଦୁର୍ଘଟଣା, ଦୁଇଜଣଙ୍କ ଅବସ୍ଥା ଗୁରୁତର, ଏମ୍ସକୁ ସ୍ଥାନାନ୍ତରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର( ସେକ କୌସର ): ଗୁରୁବାର ସନ୍ଧ୍ୟାରେ ବାଣପୁର ସ୍ଥିତ କୁମାରାଙ୍ଗ ରାସ୍ତା ବଡଶଙ୍ଖ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ କୁମାରାଙ୍ଗ ପଞ୍ଚାୟତର କେଶପୁର ଗ୍ରାମର ବଣ୍ଟି ପ୍ରଧାନ (୨୦),ବିକ୍ରମ ଜେନା (୨୩)ବାଣପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ଅସାବଧାନତା ବଶତଃ ଏକ ଶଙ୍ଖରେ ନିଜ ମୋଟର ସାଇକେଲ ଦୁର୍ଘଟଣା ଘଟିଥିଲା।ଯାହାଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ବଣ୍ଟି ଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ବିକ୍ରମଙ୍କର ଗୋଡ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକ ଘଟଣା ତଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆହତ ମାନଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି।

0
0
0
s2sdefault