ଜ୍ଞାନ ଦାନ ସବୁଠାରୁ ଶ୍ରେଷ୍ଠ ଦାନ: ଡ଼ଃ ପ୍ରଧାନ
ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୯ ସ୍ଥିତ କ୍ରୀଷ୍ଣା'ସ ବିକାଶ ଇଣ୍ଡ ଗ୍ଲୋବାଲ ସ୍କୁଲର ଦ୍ବିତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ସୋଇଯାଇଛି। ଏହି ବାର୍ଷିକୋତ୍ସବ ରେ ଶିକ୍ଷାବିତ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରଫେସର ଡ଼ଃ ସନାତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ ସମରେଶନାଥ ପଣ୍ଡା ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଦେବଜାନୀ ଚାଟାର୍ଜୀ ବାର୍ଷିକ ବିବରଣୀ ସହ ବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ବିବେକ ଦଶାରୀ ତାଙ୍କ ବକ୍ତବ୍ୟରେ ଶିକ୍ଷା କ୍ଷେତ୍ରରେ ବିକାଶ ସ୍କୁଲ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲା ବେଳେ ସ୍କୁଲର ଅଧ୍ୟକ୍ଷ ଡି ମୂରଲୀ କ୍ରୀଷ୍ଣା ସ୍କୁଲର ଶିକ୍ଷା ପ୍ରତି ପ୍ରତିବଦ୍ଧତା କୁ ଦୋହରାଇ ଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଶକ୍ତି ର ସୃଜନଶୀଳତା ର ବିକାଶ ମୂଳ ଲକ୍ଷ୍ୟ ସହ ଶିକ୍ଷା କ୍ଷେତ୍ରରେ ଏକ ନବଜାଗରଣର ଉତ୍ସ ବିକାଶ ସ୍କୁଲ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଡ଼ଃ ପ୍ରଧାନ ନିଜ ବକ୍ତବ୍ୟରେ କହିଲେ ଯେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କେବଳ ଶାରିରୀକ ବିକାଶ ନୁହେଁ ସେମାନଙ୍କ ମଧ୍ୟରେ ଶିକ୍ଷା, ସଂସ୍କାର କୁ ପ୍ରସ୍ପୁଟିତ କରିବା ପାଇଁ ଉଚିତ୍ ମାର୍ଗଦର୍ଶନ ଦରକାର। ସେ ଦୃଷ୍ଟିରୁ ବିକାଶ ସ୍କୁଲ ନିଜର ନାମର ସାର୍ଥକ କରିପାରିଛି। ବିଦ୍ୟା ଏପରି ଏକ ଧନ ଯାହା ଚୋରି ହୁଏ ନାହିଁ, ବରଂ ବାଣ୍ଟିଲେ ବଢେ। ଭାରତୀୟ ସଂସ୍କୃତିରେ ଶିକ୍ଷାଦାନ ମହତ ଦାନ ହୋଇଥିଲା ବେଳେ ଯେତେ ଦାନ ଅଛି ସେଥି ମଧ୍ୟରେ ଜ୍ଞାନ ଦାନ ସବୁଠାରୁ ଶ୍ରେଷ୍ଠ ଦାନ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିବା ସହ ଅପ୍ରା ବିଦ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସ୍କୁଲର ମୁଖ୍ୟ ମୀନାକ୍ଷୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରୀନା ମହାନ୍ତି,ରାମ ତୁଳସୀ ଦଶାରୀ, ସୁଦର୍ଶନ ଗୋୟଲ, ଶିଶିର ରାୟ,ସୁରେଶ ଶର୍ମା, ସଞ୍ଜୟ ବଂଶଲ, ମନୀଷ ଅଗ୍ରୱାଲ, ସଞ୍ଜୟ ଅଗ୍ରୱାଲ, ମହମ୍ମଦ ଅବଦୁଲ ରହିମ ପ୍ରମୁଖଙ୍କ ସହ ବହୁ ଅଭିଭାବକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଝରାଶ୍ରୀ ଜେନା,ଶରତ ରାଉତ, ଚନ୍ଦ୍ର ଶେଖର ରାଓ, ମାନସୀ ମହାନ୍ତି,ସାରିକା ଶ୍ରୀବାସ୍ତବ, ଅରୁଣା ବଳ, ସୁବାସିନୀ ସାହୁ, ନମ୍ରତା ଠାକୁର, ସୋନିକା ଶ୍ରୀବାସ୍ତବ, ଅନିତା ଦେବତା, ପ୍ରଜ୍ଞା ମିଶ୍ର, ରଶ୍ମି ବିଶ୍ଵକର୍ମା,ଡଲି କୁମାରୀ,ନିଗମା ଅଞ୍ଜୁମ, ବିଜେତା ମହାନ୍ତି, ପ୍ରିୟଙ୍କା ହାଟୱନେ, ସସ୍ମିତା ମହାନ୍ତି,ରାଜେଶ୍ବରୀ ମୁନି,ନିଳିମା ବ୍ରହ୍ମା, ଶ୍ବେତା ଭାରତୀ,ବି ଅନିଲ ଡୋରା, ସମିତା ନାୟକ,ସବିତା ମଲ୍ଲିକ,ଭି ଦିବ୍ୟା, ମାନସୀ ମହାନ୍ତି, ରାଜେନ୍ଦ୍ର ରଜାକ,କିରଣ କୁମାର,ସୃତି ଜାଗୃତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।









