ହେଡଲାଇନସ୍:

ବାଲୁଗାଁ ମାଛ ବଜାରରେ ଅଗ୍ନିକାଣ୍ଡ: ଗୋଦାମରେ ଆସବାବପତ୍ର ପୋଡି ପାଉଁଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାଲୁଗାଁ (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମାଛ ବଜାରର ନିଆଁ ଲାଗି ଏକ ଗୋଦାମରେ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବାଲୁଗାଁ ଅଗ୍ନିଶମ ବିଭାଗ ସୂଚନା ମୁତାବକ ଶାନ୍ତି ନଗରର ଗୋପାଳ ରାୟ ମାଛ ବଜାରରେ ଭଡା ସୂତ୍ରରେ ଏକ ଗୋଦାମ ଘର ନେଇ ବେପାର କରିଆସୁଥିଲେ। ଗତକାଲି ରାତିରେ କାମଦାମ ସାରି ଘରକୁ ଯାଇଥିଲେ।ଆଜି ସକାଳୁ ନିଜ ଗୋଦାମ ଖୋଲି ପୂଜା କରିବା ପାଇଁ ଦୀପ ଲଗାଇଥିଲେ। ତେବେ କୌଣସିକ୍ରମେ ପୂଜା ଦୀପରୁ ନିଆଁ ଲାଗି ଘର ଭିତର ସମସ୍ତ ଆସବାବପତ୍ର ସହ କମ୍ପୁଟର ଓଜନ ଯନ୍ତ ପୋଡି ପାଉଁଶ ହୋଇଯାଇଛି। ଏଥିସହିତ ନିଆଁ ଲାଗି ଘର ଆଜବେଷ୍ଟେସ ଭାଙ୍ଗି ଯିବା ସହ ଚାରିଆଡେ ନିଆଁ ବ୍ୟାପି ଯାଇଥିଲା। ପଡୋଶୀ ଦାମୋଦର ପାତ୍ରଙ୍କ ଦୋକାନ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା।ଖବରପାଇ ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ପ୍ରମୁଖ ପହଞ୍ଚି କ୍ଷୟକ୍ଷତି ଆକଳନ କରିଥିବା ବେଳେ ଯୁବ ନେତା ସନ୍ତୋଷ ପାଇକରାୟ ସାନ୍ତ୍ୱନା ଦେଇଥିଲେ।

0
0
0
s2sdefault