ହେଡଲାଇନସ୍:

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନବରଙ୍ଗପୁରରୁ ଗଡିଲା ପୁରୀ ଶ୍ରୀକ୍ଷେତ୍ରକୁ ବସ୍

ନବରଙ୍ଗପୁର/୧୮/୧ ଅଶୋକ ସାହୁ, ଶାସକ ପ୍ରଶାସକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁବାର ଶୁଭାରମ୍ଭ କରିଛନ୍ତି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ଯୋଜନା । ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୨ଜିଲ୍ଳା ମଧ୍ୟରେ ନବରଙ୍ଗପୁର ଜିଲ୍ଳା ସାମିଲ ହୋଇଛି। ପୁରୀ ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ସେବାର ଭର୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନବରଙ୍ଗପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା,ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଆଂଚଳିକ ପରିବହନ ଅଧିକାରୀ ଜିତେନ୍ଦ୍ର କୁମାର ଭୋଇ, ଡେପୁଟି କଲେକ୍ଟର ପି. ମନସମିତା,ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଡି ଆଇ ଓ, ବିଶ୍ୱରଞ୍ଜନ ଭୁକ୍ତା,ରାଜସ୍ୱ ଅମଲା ସଂଘ ରାଜ୍ୟ ସଭାପତି ବାଲାଜୀ ସାହୁ, ଡିଷ୍ଟ୍ରିକ୍ଟ ମ୍ୟାନେଜର୍ ଓ ଏସ୍ ଆର୍ ଟି ସି,ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ ରାଜ୍ୟର ସମସ୍ତ ଜିଲ୍ଳାରୁ ଆଗାମୀ ଦିନରେ ପୁରୀକୁ ଯାତାୟାତ କରିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ରାୟଗଡା, ବଲାଙ୍ଗିର, ମାଲକାନଗିରି, ଜୟପୁର, ନବରଙ୍ଗପୁର, ଭବାନୀପାଟଣା, ନୂଆପଡା, ବରଗଡ, ପାରଳାଖେମୁଣ୍ଡି, ସମ୍ବଲପୁର, ଝାରସୁଗଡା, ସୁନ୍ଦରଗଡ ଭଳି ୧୨ଟି ସ୍ଥାନରୁ ଏହି ବସ ସେବା ଆରମ୍ଭ ହୋଇଛି । ନବରଙ୍ଗପୁର ଠାରୁ ପୁରୀ ଦୀର୍ଘ 607 କିଲୋମିଟର ଦୂରତା ଅତିକ୍ରମ କରିବାକୁ ଥିବା ଏହି ଶୀତ ତାପ ନିୟନ୍ତ୍ରିତ ସୁବ୍ୟବସ୍ଥିତ ବସଟିରେ ୫୧ଜଣଙ୍କ ନିମନ୍ତେ ସିଟ୍ ବ୍ୟବସ୍ଥା ରହିଛି ଏଥିରେ ଯିବାକୁ ହେଲେ ଅନଲାଇନ୍‌ରେ ଟିକେଟ୍ କରିବାକୁ ପଡିବ। ଅନଲାଇନ ଟିକେଟର ମୂଲ୍ୟ 1540 ଟଙ୍କା ରହିଥିବା ଜଣାପଡିଛି । ନବରଙ୍ଗପୁର ବସଷ୍ଟାଣ୍ଡରୁ ନିୟମିତ ଭାବେ ସନ୍ଧ୍ୟା 6 ଘଂଟା ସମୟରେ ଛାଡି କଳାହାଣ୍ଡି ,ବଲାଙ୍ଗିର,ସୋନପୁର, ବୌଦ୍ଧ ଖୋର୍ଦ୍ଧା,ଭୁବନେଶ୍ୱର, ଦେଇ ପୁରୀ ଠାରେ ସକାଳ 7 ଘଟିକା ରେ ପହଞ୍ଚିବ ନବରଙ୍ଗପୁର ରୁ ପୁରୀ ଯିବା ପାଇଁ ସିଧାସଳଖ କୈାଣସି ବସ ସେବା ନ ଥିବା ବେଳେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସରେ ଜଣେ ଲୋକ ନିଜ ପରିବାର ସହ ସୁରକ୍ଷିତ ଭାବେ ପୁରୀରେ ପଂହଚି ଜଗନ୍ନାଥଙ୍କ ଦର୍ଶନ ସାରି ପୁଣି ବସରେ ଫେରିବାର ସୁଯୋଗ ପାଇପାରିବେ । ମହିଳା ଯାତ୍ରୀ ମାନଙ୍କ ପାଇଁ ପଚାଶ ପ୍ରତିଶତ ରିହାତି ରହିଛି। ଭଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଆଭିମୁଖ୍ୟ ସଂପର୍କରେ ନିଜର ବାର୍ତା ଦେଇଥିବା ବେଳେ ବଲାଙ୍ଗିରରୁ ମାନ୍ୟବର ପରିବହନ ମନ୍ତ୍ରୀ ଟୁକ୍‌ୁନି ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ପରିଚାଳନା କରିଥିବା ବେଳେ ଜିଲ୍ଳାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ କୃତଞତା ଜଣାଇଛନ୍ତି ।

0
0
0
s2sdefault