ହେଡଲାଇନସ୍:

ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପେକ୍ଷୀରେ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ‘ବିଶ୍ଵ ଓଡିଆ ଭାଷା ସମ୍ମିଳନୀ” ଆୟୋଜନ କରିଛନ୍ତି । ଆଜି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ କିପରି ପରିଚାଳନା କରାଯିବ ଓ କେବେ କେବେ କେଉଁ ପ୍ରତିଯୋଗିତା ହେବ ସେ ବିଷୟରେ ଆଲୋଚନା କରାଗଲା । ଶ୍ରୀମତୀ କୁନ୍ତଳା ସାହୁ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ସୁଶ୍ରୀ ସୋନିଆ ମେହେର, ସୁଶ୍ରୀ ପଦ୍ମିନୀ ପ୍ରଧାନ, ଶ୍ରୀ ଅନିଳ ପୁରୋହିତ, ଶ୍ରୀ ଧୀରେନ୍ଦ୍ର ବର୍ଗେ, ଶ୍ରୀ ରବି ଅମରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

0
0
0
s2sdefault