ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି l ଅଧ୍ୟକ୍ଷ ଶ୍ରୀ ପଣ୍ଡା ଛାତ୍ରୀ ମାନଙ୍କୁ ନିଜର ସୁରକ୍ଷା ପାଇଁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ l ଆତ୍ମ ରକ୍ଷା ପ୍ରଶିକ୍ଷଣ ଅଧିକାରୀ ବୁନି ସାହୁ ଅତିଥି ପରିଚୟ ପ୍ରଦାନ କରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଆତ୍ମ ସୁରକ୍ଷା ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ପ୍ରାଧ୍ୟାପକ ଡକ୍ଟର ବିରଞ୍ଚି ସାହୁ, ଅଧ୍ୟାପିକା ଝୁନୁ ପରିଡା, ଶର୍ମିଲା ପଣ୍ଡା, ରୀନା ଧର୍ମବିନାୟକ, ସସ୍ମିତା ମେହେର ପ୍ରମୁଖ ଆତ୍ମ ସୁରକ୍ଷା ର କୌଶଳ ଏବଂ ପଦକ୍ଷେପ ବିଷୟରେ ବିସ୍ତିର୍ଣ୍ଣ ଆଲୋଚନା କରିଥିଲେ l ମାଷ୍ଟର ଟ୍ରେନର ନମ୍ରତା ତାଣ୍ଡି ଏବଂ ସୁନୀତି ମହାପାତ୍ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ଓ ପ୍ରୟୋଗ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଉପରୋକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଅଧ୍ୟାପିକା ସହ ଅଧିକାରୀ ସସ୍ମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ରେ ମହିଳା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 177








