ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲୋକକଳା କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା , ଶିକ୍ଷା ଓ ଯୋଗାଯୋଗ ଅଭିଯାନ ସମ୍ପର୍କରେ ଗଜପତି ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ଓଡ଼ିଶା ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆମ ବ୍ୟାଙ୍କ , ଲକ୍ଷ୍ମୀ ବସ , ଆମ ଐତିହ , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସମେତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମଧୁବାବୁ ପେନସନ ଯୋଜନା , ମମତା , ମିଶନ ଶକ୍ତି , ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଫସଲ ବୀମା ଯୋଜନା , ଫସଲ ଋଣ ରିହାତି , ଆମ ହସ୍ପିଟାଲ , କ୍ରୀଡ଼ା , ୫-ଟି ହାଇସ୍କୁଲ ରୂପାନ୍ତରୀକରଣ , ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ୧୫ ଗୋଟି ଯୋଜନା ବିଷୟରେ ସୂଚନା ଦିଆଯାଇଛି। ଏହି ସମସ୍ତ ଯୋଜନା ବିଷୟରେ ନିଜ ନିଜ ବିଭାଗୀୟ ଅଧିକାରୀ ମାନେ ଯୋଜନା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋକପାତ କରିଥିଲେ।
ଜିଲ୍ଳାର ୭ଗୋଟି ବ୍ଲକର ଉପସ୍ଥିତ ବି ଏସ୍ ଏସ୍ ଓ ଉପ ସଭାପତି ଓ ବୟୋଜ୍ୟେଷ୍ଠ କଳାକାର ମାନଙ୍କୁ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାର ପ୍ରଚାର ଓ ପ୍ରସାର କରିବା ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରି ସରକାରଙ୍କ ମାର୍ଗ ଦର୍ଶିକା ସମ୍ପର୍କରେ ଅବଗତ କରାଇଥିଲେ। ଶୁକ୍ରବାର ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକ ଉପ-ସଭାପତି ଓ ବିଏସଏସଓ ଆଲୋଚନା କରି ଆସନ୍ତା ୨୦ ତାରିଖ ମଧ୍ୟରେ ବ୍ଳକ ସ୍ତରରେ ବ୍ଳକ କଳା ସଂସ୍କୃତି ସଂଘ ରେ ସାମିଲ୍ ଥିବା କଳାକାର ମାନଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରିବାକୁ ପରାମର୍ଶ ଦିଆଯାଇଥିଲା।
ଆସନ୍ତା ଜାନୁୟାରୀ ୨୩ ତାରିଖ ଠାରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ଜିଲ୍ଲାର ପ୍ରତି ଗ୍ରାମାଞ୍ଚଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି।
ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ ଗୁରୁମାଇ , ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ , ଓଏସଆରଟିସି ମ୍ୟାନେଜର ଶ୍ରୀ ନରସିଂହ ପ୍ରସାଦ ପ୍ରଧାନ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault