ହେଡଲାଇନସ୍:

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ : ଏନ୍ଫୋର୍ସମେଣ୍ଟ କୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ କୁ ସଂଲଗ୍ନ ରାସ୍ତାରେ ହମ୍ପସ, ରମ୍ବଲର ତଥା ସୂଚନା ଫଳକ ଲଗାଇବାକୁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ -

  • ଦୁର୍ଘଟଣା ପ୍ରବଣ, ବୁଲାଣୀ ରାସ୍ତା ଉପରେ ରେ ସୂଚନା ଫଳକ ସହ ବ୍ଲିକିଙ୍ଗ ଲାଇଟ ଲଗାଇବାକୁ ନିର୍ଦେଶ -

ସୁବର୍ଣ୍ଣପୁର(ଆର୍ତ୍ତତ୍ରାଣ ମହାପାତ୍ର): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆହୁତ ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା , ଜିଲ୍ଳା ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା,ଏସଇ ପିଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ , ଜିଲ୍ଳା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱରଂଜନ ପତି , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ରାଧାକାନ୍ତ ଗଡତିଆ,ନିର୍ବାହୀ ଯନ୍ତ୍ରୀ ଏନଏଚ ବଲାଙ୍ଗୀର ଡିଭିଜନ ଇଂ.ପ୍ରହଲ୍ଲାଦ ମୁଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ , ଟ୍ରକ ମାଲିକ ସଂଘ ସଭାପତି ଭାସ୍କର ବାବୁ ଶ୍ରଦ୍ଧାକର ଦାଶ, ରେଆର ପ୍ରତିନିଧି ଅଞ୍ଜଳି ନେଗୀ, ସାମ୍ବାଦିକ ସ୍ୱାଧୀନ କୁମାର ମେହେର,ମୃତ୍ୟୁଞ୍ଜୟ ଶତପଥୀ, ଜିଏମ ଓ ଏସ ଆର ଟି ସି ଜୟଶ୍ରୀ ମଣ୍ଡଳ ଲକ୍ଷ୍ମୀ,ଏମ ଭି ଆଇ ଶ୍ରୀ ବିଶ୍ୱ ରଞ୍ଜନ ସାହୁ ,ବିଭାଗୀୟ ଅଧିକାରୀ, କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗଦେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବା ଉପରେ ଆଲୋଚନା କରିଥିଲେ l ଗତମାସ ଅନୁଷ୍ଠିତ କମିଟି ବୈଠକର ଆଲୋଚନା ମୁତାବକ ବିଭାଗୀୟ ଅଧିକାରୀଙ୍କୁ ସମ୍ପୃକ୍ତ ବିଭାଗୀୟ କାର୍ଯ୍ୟକାରିତାର ଅଗ୍ରଗତି ଉପରେ ଜିଲ୍ଲାପାଳ ପଚାରି ବୁଝିଥିଲେ,ଏହି ପରିପ୍ରେକ୍ଷୀରେ ଏନ ଏଚ ଡିଭିଜନ ର କାର୍ଯ୍ୟକାରିତା ନୈରାଶ୍ୟ ଜନକ ହେତୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ l ସଡ଼କ ଦୁର୍ଘଟଣା କୁ ରୋକିବା ନିମନ୍ତେ ରାସ୍ତା ଗୁଡିକର ଭିତ୍ତି ଭୂମିକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲl ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥ ରେ ଥିବା ବୁଲାଣୀ ଓ ଦୁର୍ଘଟଣା ପ୍ରବଣ ସ୍ଥାନ, ରାସ୍ତା ସଂଲଗ୍ନ ସ୍କୁଲ, ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ସହ ଅନ୍ୟାନ୍ୟ ଚି଼ହ୍ନଟ ସମ୍ବେଦନଶୀଳ ସ୍ଥାନ/ଅଞ୍ଚଳ ରେ ସାଂକେତିକ ଫଳକ ସହିତ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସୂଚନା ଫଳକ ସହିତ ତୁରନ୍ତ ଜରୁରୀ ସହାୟତା ନମ୍ବର ପ୍ରଦର୍ଶନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ l

ପୁନଶ୍ଚ ସୋନପୁର ଠାରୁ ବି ଏମ ପୁର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ରେ ବୁଲାଣୀ ସହ ସମ୍ବେଦନଶୀଳ ରାସ୍ତା ଅଞ୍ଚଳରାସ୍ତା ଉପରେ ବ୍ଲିକିଙ୍ଗ ଲାଇଟ ଲଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବା ସହ ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ଜାତୀୟ ରାଜପଥ ଇଂ ମୁଣ୍ଡାଙ୍କୁ ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ରେ ତୁରନ୍ତ ସୂଚନା ଫଳକ, ରମ୍ବଲର, ସ୍ପିଡ଼ ବ୍ରେକର ଲଗାଇବା, ସୋନପୁର ବଲାଙ୍ଗୀର ଏନ ଏଚ ରାସ୍ତାରେ ଆବଶ୍ୟକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣକୁ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଶ୍ରୀ ରାୟ ନିର୍ଦେଶ ଦେଇଛନ୍ତି l ଏତଦ ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ତଥା ପୋଲିସ ପ୍ରଶାସନ ସହ ମିଳିତ ଭାବେ ହେଲମେଟ ଯାଞ୍ଚ, ସହ ଅନ୍ୟାନ୍ୟ ଅବ୍ୟବସ୍ଥିତ ଗାଡି ଚାଳନା ତଥା ଆଇନ ଉଲଂଘନ କାରୀଙ୍କ ଜୋରଦାର ଚଢ଼ାଉ ଉପରେ ଗୁରୁତ୍ଵାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ l ଚଳିତ ବର୍ଷ ଜୁଲାଇ ମାସରେ ବିନା ହେଲମେଟ ଗାଡିଚାଳନା ରେ 245 ଜଣ, ଦ୍ରୁତ ଗତି ଗାଡି ଚାଳନା ନିମନ୍ତେ 360, ବିନା ସିଟ ବେଲ୍ଟ ଗାଡି ଚାଳନାରେ ରେ 89, ମୋବାଇଲ ଫୋନ ବ୍ୟବହାର ସହ ଗାଡି ଚାଳନାରେ 22, ମାଲ ବୁହା ଗାଡ଼ିରେ ଯାତ୍ରୀ ପରିବହନ ସକାଶେ 09, ଏବଂ ମଦ୍ୟପ ଗାଡିଚାଳନାରେ 21ଜଣ ଙ୍କୁ ଧରାଯାଇଥିବା ବେଳେ 172 ଜଣଙ୍କ ଗାଡି ଚାଳନା ପଞ୍ଜିକରଣ କୁ ରଦ୍ଦ କରାଯାଇଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି l ସେହିପରି 2023 ବର୍ଷ ଉପରୋକ୍ତ ସମୟ ସୁଦ୍ଧା ସମୁଦାୟ 57 ଟି ସଡ଼କ ଦୁର୍ଘଟଣା ଘଟି 39 ଜଣଙ୍କ ଅକାଳ ବିୟୋଗ ହୋଇଥିବା ସୂଚୀତ କରିଛନ୍ତି l ଜିଲ୍ଲପାଳ ଏହି ଅବସରରେ ସମସ୍ତ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷା ର ସମସ୍ତ ନିୟମ କୁ ପାଳନ କରିବା ସହିତ ଜିଲ୍ଲାରୁ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବାରେ ଗାଡି ଚାଳକ ତଥା ଜନସାଧାରଣ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି l

0
0
0
s2sdefault