ହେଡଲାଇନସ୍:

ବାନ୍ଦୁପାଲି ଦୈବୀଶକ୍ତି ଘଟଣା : ବନ୍ଦ କରିବାକୁ ପ୍ରଶାସନ କଲା ତାଗିଦ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଗତ କିଛିଦିନ ହେଲା କଥିତ ଭାବେ ଦୈବୀଶକ୍ତିର ଆବିର୍ଭାବକୁ ନେଇ ଚର୍ଚ୍ଚାରେ ଥିବା ପଦ୍ମପୁର ଉପଖଣ୍ଡର ବାନ୍ଦୁପାଲି ଗାଁକୁ ଆଜି ଉପ-ଜିଲ୍ଲାପାଳ ସଦାକର କୁମ୍ଭାର ଗସ୍ତ କରି ସ୍ଥିତି ପରଖିଛନ୍ତି । ଗତ କିଛି ଦିନ ହେବ ବାନ୍ଦୁପାଲି ଗାଁରେ ଜଣେ ମହିଳାଙ୍କ ଶରୀରରେ ଦୈବୀଶକ୍ତି ଆବିର୍ଭାବ ହେବାର ଖବର ପ୍ରଚାର ହୋଇଥିଲା। ଉକ୍ତ ମହିଳା ଜଣକ ଦୈବୀଶକ୍ତିର ଅଧିକାରୀ ହୋଇ ଅସାଧ୍ଯ ରୋଗ ଓ ଅସୁବିଧା ସବୁ ଦୂର କରି ଦେଉଥିବାର ପ୍ରଚାର ହୋଇଥିଲା । ଫଳରେ ଏହି ଗ୍ରାମରେ ବିଭିନ୍ନ ଅଞ୍ଚଳର ଲୋକଙ୍କ ଅସମ୍ଭାଳ ଭିଡ ହେଉଥିଲା। ତେଣୁ ଗ୍ରାମବାସୀ ସ୍ବାଭାବିକ ଭାବେ ଜୀବନ ବଞ୍ଚିବାରେ ନାହିଁନଥିବା ଅସୁବିଧା ଭୋଗୁଥିବାର ଅଭିଯୋଗ ଆସିଥିଲା ।
ଏଣୁ ଉପ-ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର, ତହସିଲଦାର ତାପସ ବିଶି ବାନ୍ଦୁପାଲି ଗ୍ରାମକୁ ଗସ୍ତକରି ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ କୁମ୍ଭାର ସେଠାକୁ ଆସିଥିବା ଲୋକ ଙ୍କ ପ୍ରବଳ ଭିଡ ମଧ୍ଯରୁ ଅନେକଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ଙ୍କ ଧର୍ମୀୟ ଭାବନା ପ୍ରତି ସମ୍ମାନ ରହିଛି କିନ୍ତୁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୌଣସି ଭୁଲ ବିଶ୍ବାସର ବଶବର୍ତ୍ତୀ ନହୋଇ ବିଜ୍ଞାନସମ୍ମତ ଚିକିତ୍ସା ପ୍ରଣାଳୀର ସହାୟତା ନେବାପାଇଁ ଶ୍ରୀ କୁମ୍ଭାର ଲୋକଙ୍କୁ ଉତ୍ସାହିତ କରିଛନ୍ତି। ଏହା ପରେ ଉପଜିଲ୍ଲାପାଳ ଉକ୍ତ ମହିଳାଙ୍କ ସ୍ବାମୀଙ୍କ ସହ ଆଲୋଚନା କରି ଗ୍ରାମବାସୀ କେଉଁଭଳି ଭାବେ ହଇରାଣ ହେଉଛନ୍ତି ତାହା ଦର୍ଶାଇ ସେ ସବୁ ବନ୍ଦ କରିବାକୁ ତାଗିଦ୍ କରିଛନ୍ତି । ଗ୍ରାମକମିଟିର ସଦଶ୍ଯ ମାନଙ୍କ ସହ ଆଲୋଚନା କରି ଉପଜିଲ୍ଲାପାଳ କୌଣସି ମଧ୍ଯ ଅପ୍ରୀତିକର ପରିସ୍ଥିତିରେ ଶାନ୍ତିଶୃଙ୍ଖଳା ରକ୍ଷାକରିବାକୁ ଅପିଲ୍ କରିଛନ୍ତି ଓ ଗାଁର ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ସମସ୍ତ ପ୍ରଶାସନିକ ବ୍ଯବସ୍ଥା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

0
0
0
s2sdefault