ହେଡଲାଇନସ୍:

ଲାଲପାରାରେ ତିନିଦିନିଆ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଫୂଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ.

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମଲି ପଂଚାୟତର ଲାଲପାରା ଆଦିବାସୀ ଗ୍ରାମ ରେ ତୃତୀୟ  ଦିବସର ଫୂଟବଲ ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହୋଇଥିଲା |ଏହି ପ୍ରତିଯୋଗୀତାରେ ୨୪ଟି ଦଳ ଭାଗ ନେଇଥିଲା ବେଳେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ, ଦ୍ୱିତୀୟ, ଓ ତୃତୀୟ ପରୁଷ୍କାର ରଖାଯାଇଥିଲା | ଟୁର୍ଣ୍ଣାମେଣ୍ଟରେ  ସୋରଗୁଲ୍ଲୀ ଆଦିବାସି ପ୍ରଥମେ ପୁରସ୍କାର , ହାତୀବେନା ଦଳ ଦ୍ଵିତୀୟ ପୁରସ୍କାର ଓ କୁସୁମପୁର ଦଳ ତୃତୀୟ  ପୁରସ୍କାର ପାଇଥିଲେ | ଏହି ଫୂଟବଲ ଟୁର୍ଣ୍ଣାମେଣ୍ଟ ବହୁତ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିଲାବେଳେ ଏହାକୁ ପୂର୍ଣ୍ଣ ଚନ୍ଦ୍ର ପୂଜାରୀ. ହେମନାଥ ଗଣ୍ଡ . ସୁରେନ୍ଦ୍ର ଗଣ୍ଡ ରେଫାରୀ ରହିଥିଲେ ଏବଂ କମେଣ୍ଟାଟର ମାନଶ ମଲ୍ଲିକ,  ମୁଖ୍ୟ ଅତିଥି ଭାବେ ଲଖମଣ ଚନ୍ଦ୍ର ଶୁଣାଣି. ଶରତ ଚନ୍ଦ୍ର ବାରିକ. ବଳରାମ ଗଣ୍ଡ ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ କ୍ଳବ ଲାଲପାରା ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ |

0
0
0
s2sdefault