ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସଂସ୍କୃତ ମହୋତ୍ସବ - ୨୦୨୩ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ , ଓଡ଼ିଶା ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ସଂସ୍କୃତ ମହୋତ୍ସବ - ୨୦୨୩ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ଶେଖର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘର ସଂଗଠନ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର କର ସଂଯୋଜନା କରିଥିଲେ।
ମୁଖ୍ୟଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ ବିଘ୍ନେଶ୍ୱର ମିଶ୍ର ଯୋଗଦେଇ ସଂସ୍କୃତ ଭାଷାର ମହତ୍ତ୍ଵ ଉପରେ କହି ଏହା ଏକ ଦେବଭାଷା ତଥା ଦେବତା ମାନଙ୍କ ଭାଷା , ହେଲେ ଏହି ଭାଷା ବର୍ତ୍ତମାନ ଏକ ଅବହେଳିତ ମଧ୍ୟଦେଇ ଗତି କରୁଛି ତେଣୁ ଏହି ଭାଷାର ସୁଦୁରପ୍ରସାରି ପାଇଁ ସମୀକ୍ଷା ଓ ଗବେଷଣାର ଆବଶ୍ୟକତା ଉପରେ କହିଥିଲେ। ଅନ୍ୟପକ୍ଷରେ ସଂସ୍କୃତ ବିଷୟରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କିଭଳି ଅଧିକ ଆଗ୍ରହ ପ୍ରକାଶ କରିବେ , ସେ ଦିଗରେ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ରହିଥିବା ଗୁରୁଦାୟିତ୍ଵ ଉପରେ କହିଥିଲେ।
ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଦର୍ଶନ ତ୍ରିପାଠୀ , ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପଣ୍ଡିତ କୁମୁଦ ରଞ୍ଜନ ଦାସ , ପ୍ରାକ୍ତନ ଅଧ୍ୟାପକ ଶ୍ରୀ ବିଘ୍ନରାଜ ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାତ୍ପର୍ଯ୍ୟ ଓ ସଂସ୍କୃତ ଭାଷାର ମହତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନ କରି , ସାମ୍ପ୍ରତିକ ସ୍ଥିତିରେ ସଂସ୍କୃତ ଭାଷାର ସୁରକ୍ଷା କରାଯିବା ସହ ସମ୍ମାନ ଦେବା ଓ ସଂସ୍କୃତ ଭାଷାକୁ ଲୋକଙ୍କ ପାଖରେ ପହଞ୍ଚାଇ ଏ ବିଷୟ ଉପରେ ଆକୃଷ୍ଟ କରାଇବା ଉପରେ କହିଥିଲେ।
ଜିଲ୍ଲା ସଂଘ ସଭାପତି ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ ସଂଘର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପଣ୍ଡିତ ଶୁଭାଶିଷ ପତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ଅବସରରେ ପ୍ରାରମ୍ଭିକ ସଙ୍ଗୀତ ଶିକ୍ଷୟତ୍ରୀ ସୁଜାତା ତ୍ରିପାଠୀ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୫୦ରୁ ଅଧିକ ଉଚ୍ଚ ବିଦ୍ୟାଳୟର ୭୦ରୁ ଅଧିକ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।
ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଶତପଥୀ ମଙ୍ଗଳା ଚରଣ ପାଠ କରିଥିବା ବେଳେ ଅଧ୍ୟାପକ ଶ୍ରୀ ଶୁଭାଶିଷ ପତି ଅତିଥି ମାନଙ୍କ ପରିଚୟ ପ୍ରଦାନ , ଶ୍ରୀ ରାଜେଶ ରଞ୍ଜନ ତ୍ରିପାଠୀ ସଂସ୍କୃତ କବିତା ପାଠ ଏବଂ ଶିକ୍ଷକ ଶ୍ରୀ ତ୍ରିପତି ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶିକ୍ଷକ ଶ୍ରୀ ରଶ୍ମିରଞ୍ଜନ ତ୍ରିପାଠୀ ଶାନ୍ତିପାଠ କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶୁଭାଶିଷ ପତି ଓ ଶ୍ରୀ ସୁକାନ୍ତ କର ପରିଚାଳନା କରିଥିବା ବେଳେ ଶ୍ରୀ ଗୌରୀ ଶଙ୍କର ମହାରଣା ଓ ଶ୍ରୀ ପରମେଶ୍ବର ନାୟକ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault