ହେଡଲାଇନସ୍:

ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର / ସନ୍ତୋଷ ଠାକୁର: ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ମହେନ୍ଦ୍ର ମହାପାତ୍ର ଏହି ଶିବିର ର ଉଦଘାଟନ କରିଥିଲେ | ସୂଚନା , ଶିକ୍ଷା , ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ ଏହି ଶିବିର ଅନୁଷ୍ଠିତ ହେଇଚି | ଏହା ଦ୍ୱାରା ଲୋକକଳା , କଳାକାର ତଥା କଳା ମାଧ୍ୟମରେ ସଚେତନ ହେଉଥିବା ଜନତାଙ୍କ ପାଇଁ ସୁନ୍ଦର ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ | ଯେଉଁ ହିତାଧିକାରୀ ଯୋଜନା ବିଷୟରେ ଜାଣିନାହାନ୍ତି ସେମାନେ ଅବଗତ ହେବେ ଓ ଅସହାୟ ମନେ କରିବେନି | ଉଦଘାଟନ ଉତ୍ସବର ଗୁରୁ ଶ୍ରୀ ଘାସିରାମ ମିଶ୍ର , ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ , ଜିଲ୍ଲା କଳାସଂକୃତି ସଂଘ ଉପସଭାପତି ଶ୍ରୀଯୁକ୍ତ ସୁଦାମ ବିଶି ଉପସ୍ଥିତ ରହି କାର୍ଯ୍ୟକ୍ରମ ବାବଦରେ ବିସ୍ତୃତ ଆଲୋଚନା କରିଥିଲେ | ଏଥିରେ ସରକାରଙ୍କ ଜନହିତକର ଯୋଜନା ଯେମିତି ମଧୁବାବୁ ପେନଶନ ତଥା ମମତା ଯୋଜନା , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା , ମିଶନ ଶକ୍ତି , ଓଡିଶା ଆଦର୍ଶ ବିଦ୍ୟାଳୟ ଫସଲ ବୀମା ଯୋଜନା , ଫସଲ ଋଣ ସୁଦ୍ଧା ରିହାତି , ଆମ ହସ୍ପିଟାଲ , କ୍ରୀଡା , ଆମ ଓଡିଶା ନବୀନ ଓଡିଶା , 5ଟି ହାଇସ୍କୁଲ ରୂପାନ୍ତିକରଣ ଇତ୍ୟାଦି ଯୋଜନା ସମ୍ବନ୍ଧ ରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିର , ଡିପିସି ମିଶନ ଶକ୍ତି , ମମତା ଯୋଜନା , ଅଧିକାରୀ ମାନେ ବିଭିନ୍ନ ଯୋଜନା ସମ୍ପର୍କରେ ସଭ୍ୟ ମାନଙ୍କୁ ବୁଝାଇଥିଲେ | ଡକ୍ଟର ଅଜୟ କୁମାର ମିଶ୍ର , ରାଜ୍ୟ ସଂସାଧନ ସଭ୍ୟ ଆସି ଜିଲ୍ଲା ସଂସାଧନ ସଭ୍ୟ ମାନଙ୍କୁ କାର୍ଯ୍ୟକ୍ରମ ବିଷୟରେ ବୁଝେଇଥିଲେ | ସନ୍ଦୀପ କୁମାର କୁଅଁର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ , ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ସଭା ପରିଚାଳନା କରିଥିଲେ |

0
0
0
s2sdefault