ହେଡଲାଇନସ୍:

ଭଞ୍ଜନଗର ସମ୍ବାଦ ସାହିତ୍ୟଘରର ବାର୍ଷିକୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଆଜି ସମ୍ବାଦ ସାହିତ୍ୟଘର ଭଞ୍ଜନଗର ତରଫରୁ, ବାର୍ଷିକୋତ୍ସବ ମହାଆଡମ୍ବର ସହକାରେ, (ଆର୍.ଏମ୍.ସି) ବା ନିୟନ୍ତ୍ରଣ ବଜାର କମିଟି ସଭାଗୃହ ରେ ଅନେକ ଛାତ୍ରଛାତ୍ରୀ ଅଭିଭାବକ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି।

ଆଜି ଅର୍ଥାତ୍ ସେପ୍ଟେମ୍ବର ୩ ତାରିଖ ୨୦୨୩ , ସମୟ ସକାଳ ୯:୩୦ ମିନିଟ୍ ସମୟରେ ଭଞ୍ଜନଗର ସ୍ଥିତ ନିୟନ୍ତ୍ରଣ ବଜାର କମିଟି ଠାରେ ସମ୍ବାଦ ସାହିତ୍ୟଘର ର ବାର୍ଷିକୋତ୍ସବ ନିମନ୍ତେ ଅତିଥି ଓ ସଭ୍ୟ ମାନଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଥିଲା।  ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଯିଏକି ସମ୍ବାଦ ର ସମ୍ପାଦକ ତଥା ମାନ୍ୟବର ଖଣ୍ଡପଡ଼ା ବିଧାୟକ, ତାଙ୍କରି ଆଗମନ ଦ୍ଵାରା ଭଗବାନ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ଭଞ୍ଜନଗର ସମ୍ବାଦ ସାହିତ୍ୟଘର ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇ କୁନି ଛାତ୍ରଦ୍ଵାରା ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲା।
ଏଥିରେ ଯୋଗଦାନ କରିଥିଲେ ବିଶିଷ୍ଟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଶିଷ୍ଟ ନାଟ୍ୟକାର ମେଜର୍ ଡଃ ରମାରମଣ ପାଢ଼ୀ , ସମ୍ନାନିତ ଅତିଥି ପ୍ରଫେସର ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଅତିଥି ସମ୍ବାଦ ସାହିତ୍ୟଘର ର ରାଜ୍ୟ ସଂଯୋଜିକ ଡଃ ଶୁଭଶ୍ରୀ ଲେଙ୍କା, ଭଞ୍ଜନଗର ସାହିତ୍ୟଘର ସଭାପତି ଶ୍ରୀଯୁକ୍ତ କୁର୍ତିବାସ ବିଶ୍ଵାଳ, ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା ଏବଂ ବିଶିଷ୍ଟ ଯୁବ ସଂଗଠକ ଶ୍ରୀ ବିଶ୍ବମ୍ବର ଜେନା । ଏତଦ୍ ବ୍ୟତୀତ ଜଣେ ଉପଦେଷ୍ଟା ଭାବରେ ସମାଜସେବୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଶୁଳପାଣି ଶତପଥୀ ମହୋଦୟ, ପ୍ରାକ୍ତନ ବନ ବିଭାଗ ଅଧିକାରୀ ଶ୍ରୀ ଅନୁପମ୍ ବାନାର୍ଜୀ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ମନୋରଞ୍ଜନ ପତି, ଶ୍ରୀ ଜଗବନ୍ଧୁ ଜେନା, ଶ୍ରୀ ଅଶୋକ କୁମାର୍ ସ୍ୱାଇଁ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦାନ କରିଥିଲେ।
ଶେଷରେ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କ ଅଭିଭାଷଣରେ ଉପସ୍ଥିତ ଅତିଥି, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଅଭିଭୂତ ହୋଇଥିଲେ। ଏଥିରେ ଭଞ୍ଜନଗର ସମ୍ବାଦ ସାହିତ୍ୟଘର ର ବାର୍ଷିକ ମୁଖପତ୍ର "ଘୁମୁସର" କୁ ମୂଖ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ କରାଯିବା ସହିତ ବିଭିନ୍ନ ବିଦ୍ୟାଳୟର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସଂଗେସଂଗେ  ବିଶିଷ୍ଟ ଅତିଥି ମାନଙ୍କୁ ସମ୍ବାଦ ସାହିତ୍ୟଘର ଭଞ୍ଜନଗର ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା।

0
0
0
s2sdefault