ରାଉରକେଲା(ବସନ୍ତ କୁମାର ଜେନା):- ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଓ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପରିଷଦର କାର୍ଯ୍ୟକାରୀ ସଭାପତି କୁଞ୍ଜବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ।
ପୂର୍ବତନ ସମ୍ପାଦକ ସୁଧୀର ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଆ ବିଭାଗ ମୁଖ୍ୟ ଡଃ ଅପର୍ଣ୍ଣା ଧର ଅତିଥି ପରିଚୟ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ମୋନାଲିସା ନାୟକ, ବିଦ୍ୟୁତ୍ତୋମା ମାଝୀ, ପ୍ରତିଭା ସାହୁ ଓ କ୍ଷୀରାଦ୍ରିମୟୀ ସାହୁଙ୍କ ମେହେର ସଂଗୀତ ଗାନ କରିଥିଲେ। ସମ୍ମାନୀତ ଅତିଥି ଡଃ ଅଜୟ ମିଶ୍ର କବିଙ୍କର ନିର୍ମଳ ଜୀବନାଦର୍ଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଧ୍ୟାପକ ଡଃ ବବ୍ରୁବାହନ ମହାପାତ୍ର ତପସ୍ଵିନୀ, ପ୍ରଣୟ ବଲ୍ଲରୀ ଆଦିରୁ ଉଦ୍ଧୃତ କରି କହିଲେ ଯେ କବି ମେହେର ପୌରାଣିକ ବିଷୟ ବସ୍ତୁର ତାତ୍ବିକ ଦିଗକୁ ଉପସ୍ଥାପନା କରି ମର୍ଯ୍ୟାଦା ସମ୍ପନ୍ନ ସୁସ୍ଥ ସମାଜ ଗଠନ ପାଇଁ କିପରି ଉପଯୋଗୀ ହେବ, ତା'ର ଗୁରୁତ୍ୱାରୋପ କରିଥିଲେ । ତାଙ୍କ ବକ୍ତବ୍ଯରେ ଗଙ୍ଗାଧରଙ୍କୁ ଆଦର୍ଶବାର୍ଦୀ ଓ କାଳଜୟୀ କବି ବୋଲି ଅବହିତ କରିଥିଲେ । ସଭା ଶେଷରେ ଉଦ୍ଭିଦ ବିଜ୍ଞାନର ମୁଖ୍ୟ ଡଃ ସନାତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ପୂଜାର୍ଚ୍ଚନା ଓ ଶ୍ରୀ ଗଙ୍ଗାଧର ମେହେରଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସମ୍ପାଦକ ପ୍ରକାଶ ପାଢ଼ୀ,ଡଃ କିଶୋରୀ ଦାଶ, ପୀତବାସ ପ୍ରଧାନ, ଗୌରୀ ଶଙ୍କର ପ୍ରଧାନ, ଦୀପ୍ତି ରଞ୍ଜନ ମହାନ୍ତି ପ୍ରମୁଖ ଓ ମହାବିଦ୍ୟାଳୟର ଅଧ୍ୟାପିକା ନିତୁ ସେଠ୍, ରଶ୍ମିତା ନାଥ, ବୈଦେହୀ ମାଝୀ ତଥା ଛାତ୍ର, ଛାତ୍ରୀ ସ୍ନେହଲତା ସାସ୍ମଲ, ସୋନାଲୀ ସ୍ବାଇଁ,ସଂଜୁକ୍ତା ବେହେରା,ରାଧାରାଣୀ ପାଢୀ, ଶୁଭଲକ୍ଷ୍ମୀ ସାହୁ, ସୃତି ଭାରତୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ରାଜ୍ୟ
"ପ୍ରାଚୀନ ସାହିତ୍ୟକୁ ନୂତନ ସାମାଜିକ ରୂପ ଦେବାରେ ସିଦ୍ଧହସ୍ତ ଥିଲେ ଗଙ୍ଗାଧର ମେହେର
- Hits: 218








