ଜୁନାଗଡ଼,୩/୯: ପୁଣି ଜୁନାଗଡ଼ କୁ ଜିଲ୍ଲା ଦାବୀ ଜୋର ଧରିଛି | ସ୍ଥାନୀୟ ଆରଏମସି ସଭା ଗୃହରେ କୋର କମିଟିର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ୬ଟି ବ୍ଲକ ଓ ଥୁଆମୂଳ ରାମପୁରର ୬ ଗୋଟି ପଂଚାୟତ କୁ ନେଇ ନୂତନ ଜିଲ୍ଲା ଗଠନ ସହ ଜୁନାଗଡ଼ ସହରରେ ଏହାର ସଦର ମହକୁମା ସ୍ଥାପନ ପାଇଁ ପ୍ରସ୍ତାବ ଆଗତ ହୋଇଛି। ଜୁନାଗଡ଼ଏହିସବୁ ସମସ୍ତ ବ୍ଲକ ସହ ମୁଖ୍ୟ ରାସ୍ତା ସଂଯୋଗ,ସମସ୍ତ ବ୍ଲକ ର ଲୋକଙ୍କ ପାଇଁ ବ୍ୟବସାୟିକ ସମ୍ପର୍କ, ରେଳ ଷ୍ଟେସନ ସୁବିଧା ଜାତୀୟ ରାଜପଥ ଯୋଗୁ ବସ ଯାତାୟତ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ଐତିହାସିକ ତଥ୍ୟ ଅନୁଯାୟୀ , କଳାହାଣ୍ଡି ମହାରାଜା ଯୁଗସାଇଦେବ ଙ୍କ ସମୟରେ ୧୭୧୮ମସିହାରେ ଜୁନାଗଡ଼ କଳାହାଣ୍ଡି ନଗର ଓ ପରବର୍ତ୍ତୀ ସମୟରେ ଜେନାବଳୀ ପାଟଣା ନାମରେ ପରିଚିତ ଥିଲା । ଏହା ଜୁନାଗଡ଼ର ଦଧିବାମନ ମନ୍ଦିରର ଶିଳାଲିପିରେ ଲେଖା ହୋଇଥିବା ଅକ୍ଷରରୁ ଜଣାପଡେ । ପରବର୍ତ୍ତୀ ସମୟରେ ୧୮୪୯ ମସିହାରେ କଳାହାଣ୍ଡି ମହାରାଜା ଫତେ ନାରାୟଣ ଦେଓଙ୍କ ସମୟରେ କଳାହାଣ୍ଡିର ରାଜଧାନୀ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା । ହଜାରେ ବର୍ଷର ମନ୍ଦିର ମାଳିନୀ ସହର ଜୁନାଗଡ଼ କଟକ ସହର ପରି ଏହାର ଐତିହାସିକ ମହତ୍ଵ ରହିଛି। ଛଅକୋଡ଼ି ବନ୍ଧକୁ ନଅ କୋଡ଼ି ତୋଟା ଏବେ ମଧ୍ୟ ମୂକସାକ୍ଷୀ ଅଛି ।
ଜୁନାଗଡ଼ ବ୍ଲକ ଓ ଏନଏସିର ଲୋକ ସଂଖ୍ୟା ୧ଲକ୍ଷ ୮୮ ହଜାର ୪୦୩ ଜଣ ଅଛନ୍ତି । ଜୁନାଗଡ଼ ଏନଏସି ୧୯୭୦ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ୫୨ ବର୍ଷରେ ପଦାର୍ପଣ କରି ସାରିଛି । ଜୁନାଗଡ଼ ସହର ଭବାନୀପାଟଣା, ଥୁଆମୂଳ ରାମପୁର, ଧର୍ମଗଡ଼, ଗୋଲାମୁଣ୍ଡା, କୋକସରା, ଜୟପାଟଣା, ବ୍ଲକର ମଧସ୍ଥଳୀ ଅଟେ । ବ୍ୟବସାୟିକ କ୍ଷେତ୍ର ମଧ୍ୟରେ ଆଗରେ ଥିବା ବେଳେ ଏଠାକୁ ଜିଲ୍ଲା ସମସ୍ତ ୧୩ ଟି ବ୍ଲକର ଲୋକେ, ଏବଂ ଜିଲ୍ଲା ବାହାର ଲୋକେ ଏବଂ ପଡ଼ୋଶୀ ଛତିଶଗଡ଼ର ଲୋକେ ଏଠାକୁ ବ୍ୟବସାୟ କରିବା ପାଇଁ ଆସିଥାନ୍ତି । ସମସ୍ତ କ୍ଷେତ୍ରରେ ଆଗରେ ଥିବା ଯୋଗୁଁ ଜୁନାଗଡ଼ ବ୍ଲକ ଓ ଏନଏସି , ଧର୍ମଗଡ଼ ବ୍ଲକ ଓ ଏନଏ ସି, କଲମପୁର, ଗୋଲାମୁଣ୍ଡା, କୋକସରା, ଜୟପାଟଣା ବ୍ଲକ ତଥା ଥୁଆମୂଳ ରାମପୁର ବ୍ଲକ ର ୬ ଟି ପଞ୍ଚାୟତକୁ ନେଇ ଜୁନାଗଡ଼ ଜିଲ୍ଲା ମାନ୍ୟତା ଓ ଜୁନାଗଡ଼ ସହରକୁ ସଦର ମହକୁମା ମାନ୍ୟତା ଦାବୀ ନେଇ ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟି ଦାବୀ କରିଛନ୍ତି । ଜିଲ୍ଲା ଦାବୀ ନେଇ ଜୁନାଗଡ଼ ବା ସୀ ପକ୍ଷରୁ ଗତ ୨ ବର୍ଷ ତଳେ ବନ୍ଦ ପାଳନ କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳକୁ ଚିଠି ମଧ୍ୟ ପ୍ରେରଣ କରାଯାଇଥିଲା । ବର୍ତମାନ କେତେଦିନର ସୁପ୍ତ ପରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଦାବୀ ସବୁ ମୁଣ୍ଡ ଟେକିଛି।ଏହାକୁ ଦୃଷ୍ଟିରେ ରଖି ଜୁନାଗଡ଼ ମଧ୍ୟ ଜିଲ୍ଲା ଦାବୀ ରେସରେ ସାମିଲ ହୋଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଏଥିନେଇ ବିଭିନ୍ନ ପଦକ୍ଷେପ ସହ ଜୁନାଗଡ଼ ଜିଲ୍ଲା ଦାବୀ ପରିପେକ୍ଷୀ ରେ ଆନ୍ଦୋଳନ କୁ ଆହୁରି ଜୋରଦାର କରିବାକୁ କୋର କମିଟି ନିଷ୍ପତି ନେଇଥିଲେ l
ରାଜ୍ୟ
ପୁଣି ତେଜିଲା ଜୁନାଗଡକୁ ଜିଲ୍ଲା ମାନ୍ୟତା ଦାବୀ ।
- Hits: 581








