ଭୁବନେଶ୍ୱର : ମନ୍ତ୍ରୀ ଟୁକୁନି ସାହୁଙ୍କୁ ଟୁଇଟ ମାଧ୍ୟମରେ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଚାରିଥିବା ପ୍ରଶ୍ନ ଓ ପ୍ରସଙ୍ଗର କଡା ଜବାବ ଦେଇଛନ୍ତି ବିଜେଡିର ପ୍ୟାନେଲିଷ୍ଟ ଇପ୍ସିତା ସାହୁ | ସେଇ ଟୁଇଟର ରେ ଦେଇଛନ୍ତି ଉତ୍ତର |ସେଇ ଉତ୍ତରରେ ତାଙ୍କୁ ଦି ନମ୍ବର କୋଇଲା ବେପାର, ଟେଣ୍ଡର ଫିକସିଂ,ଚାକିରୀ ଦେବା ନାଁରେ ଠକେଇ ଆଦିରେ ସମ୍ପୃକ୍ତ ଥିବା କଥା କହି ବିରୋଧୀ ନେତାଙ୍କ ଅସଲ ଚେହେରା ଆସନ୍ତା ବିଧାନସଭା ଅଧିବେଶନରେ ଖୋଲିଯିବ ବୋଲି ଚେତାଇ ଦେଇଛନ୍ତି |
ସେ ତାଙ୍କ X ହାଣ୍ଡଲରେ ଉଲ୍ଲେଖ କରିଛନ୍ତି " କୁସୁମ ଦିଦି, ଆପଣଙ୍କ ନିକଟତମ ସମ୍ପର୍କୀୟ ୨ ନମ୍ବର କୋଇଲା ବେପାର ଏବଂ ଟେଣ୍ଡର ଫିକ୍ସିଂ କରି ଯେଉଁ ୫୦୦ କୋଟି ରୋଜଗାର କରିଛନ୍ତି, ଆପଣ କହୁ କହୁ ସେକଥା କହିଦେଲେ କି? ଆପଣଙ୍କ ନିକଟତମ ସମ୍ପର୍କୀୟ ଚାକିରୀ ଦେବା ନାଁରେ ଯେଉଁ ଠକାମୀ କରିଛନ୍ତି ସେଥିପାଇଁ ଉଦବେଗ ପ୍ରକାଶ କରୁଛନ୍ତି କି?"
ସେ ଆହୁରି ମଧ୍ୟ କହିଛନ୍ତି "ଚାକିରୀ ନାଁରେ ଠକେଇ କରି ଫେରାର୍ ଥିବା ଲୋକ ସହ ଆପଣଙ୍କ ସମ୍ପର୍କ କଣ? ଏଥିରେ ହୋଇଥିବା ଦୁର୍ନୀତି ବାବଦ ଟଙ୍କା କାହା ପାଖକୁ ଯାଇଛି? ଏନଟିପିସିରୁ ପାଉଁଶ ପରିବହନ ବାବଦକୁ ହୋଇଥିବା ଟେଣ୍ଡର ଫିକ୍ସିଂରେ କିଏ ସଂପୃକ୍ତ ଅଛି? ୫୦୦ କୋଟି ଟଙ୍କା ଆପଣଙ୍କ ପାଇଁ କମ୍ ଲାଗିପାରେ।
ସମସ୍ତେ ଜାଣିଛନ୍ତି ଆପଣ କେତେ କୋଟି ଟଙ୍କାର ମାଲିକ।ଆପଣଙ୍କ ଭଳି ଜଣେ ଦୁର୍ନୀତିଗ୍ରସ୍ତ ଏବଂ ଜନବିରୋଧୀ ନେତାଙ୍କ ଅସଲ ଚେହେରା ଆସନ୍ତା ବିଧାନସଭା ଅଧିବେଶନରେ ଖୋଲିଯିବ, ଯେତେବେଳେ ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ବାସ୍ତବ କଥା ଆସିବ। ଏଥିପାଇଁ ପ୍ରସ୍ତୁତ ହୋଇଥାଆନ୍ତୁ।"








