ହେଡଲାଇନସ୍:

ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା /ଲିପନ ନାୟକ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ବିଜାଗୁଡା ଠାରେ ଆଜି ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାଏକ ଙ୍କ କରକମଳରେ, ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ , ଜିଲ୍ଲା ପରିଷଦ ଜୋନ୍ ୨ ର ସଭ୍ୟା ତନୟା ଧୂରୁଆ, ସରପଞ୍ଚ କଲ୍ୟାଣୀ ନାଏକ, ସମିତି ସଭ୍ୟା ଶାନ୍ତି ଧୂରୁଆ ଉପସ୍ଥିତି ଥିବା ବେଳେ, ଜଳ ଯୋଗାଣ ବିଭାଗ ର ଏସଡିଓ ଆର୍ କେ ସତପଥି,ଏଇ ପ୍ରଶାନ୍ତ ରଞ୍ଜନ,ଜେଇ କ୍ରିଷ୍ଣ ଚନ୍ଦ୍ର ପ୍ରଧାନ,ଜେଇ ଗ୍ୟାନସ୍ୱରୂପା ବାଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ୧୨୭ କୋଟି ଟଙ୍କା ର ଅଟକଳ ମୂଲ୍ୟ ଥିବା ବେଳେ, ଏ କାମ କ୍ରିଷ୍ଣ ୟୁଏମ ଏସଏଲ ଜେଭି ଭୁବନେଶ୍ୱର ହାତକୁ ନେଇଛି।ଜମନକିରା ବ୍ଲକ ର ସତର ଗୋଟି ପଞ୍ଚାୟତ, କୁଚିଣ୍ଡା ବ୍ଲକ ର ଚାରି ପଞ୍ଚାୟତ ଏବଂ ରେଙ୍ଗାଲି ବ୍ଲକ ର ତିନୋଟି ପଞ୍ଚାୟତ ର ଲୋକେ ପାଣି ପାଇବାର ସୁବିଧା ପାଇବେ। ଏହି ପାଣି ଇବ୍ ନଦୀ ରୁ ଯୋଗାଣ ହେବାକୁ ଥିବା ବେଳେ, ଘରକୁ ଘର ଜଳ ଜଳଯୋଗାଣ ହେବ। ତେବେ ଏହି ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ହେବା ପରେ, ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି।

0
0
0
s2sdefault