ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଶ୍ରୀନିବାସ ନଗରର ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ଶକ୍ତି ଦାଶ ଓ ସିଦ୍ଧାର୍ଥ ଦାଶଙ୍କ ବାପା ସୁନିଲ କୁମାର ଦାଶଙ୍କ ୬୩ ବର୍ଷ ବୟସରେ ଆଜି (ଶନିବାର ଦିନ) ସକାଳେ ଦେହାନ୍ତ ହୋଇଯାଇଛି। କିଛିବର୍ଷ ହେଲା ସେ କର୍କଟ ରୋଗରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ। ସକାଳେ ସେ ଅଧିକ ଅସୁସ୍ଥତା ଅନୁଭବ କରିବା ପରେ ସ୍ଥାନୀୟ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାକିରୀ ଜୀବନରେ ସେ ବହୁ ସମୟ ଧରି ଶିକ୍ଷକ ସଂଘର କର୍ମକର୍ତ୍ତା ଭାବେ ରହି ଶିକ୍ଷକ ସଂଘପାଇଁ କାର୍ଯ୍ଯ କରିଥିଲେ।
ଅବସର ପରେ ସେ କଳିଙ୍ଗ ସାମ୍ବାଦିକ ସଂଘର ଉପଦେଷ୍ଟା ଭାବରେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କ ବିୟୋଗ ଖବର ପ୍ରସାରିତ ପରେ ସହରର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ତାଙ୍କ ଶ୍ରୀନିବାସ ନଗର ସ୍ଥିତ ଘରକୁ ଯାଇ ଶେଷ ଦର୍ଶନ କରିଥିଲେ। ମଧ୍ଯାହ୍ନ ରେ ତାଙ୍କ ମର ଶରୀରକୁ ତାଙ୍କ ଜନ୍ମସ୍ଥାନ ଡେରା ସାହିକୁ ନିଆଯାଇ ବଂଶଧାରା କୂଳରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶେଷକୃତ୍ୟ ସମ୍ପନ୍ନ ବେଳେ ଭାଇ ଆଇନଜୀବୀ ପ୍ରଦୀପ ଦାଶ , ଗୌରୀ ଦାଶ , ଶିକ୍ଷକ ଅଶୋକ ଦାଶ ଓ ଉମା ଶଙ୍କର ଦାଶ , ପୁଅ ଶକ୍ତି ଓ ସିଦ୍ଧାର୍ଥଙ୍କ ସମେତ ସହରର ବହୁ ବ୍ଯକ୍ତି ଉପସ୍ଥିତ ଥିଲେ।
ରାଜ୍ୟ
ଅବସରପ୍ରାପ୍ତ ଶିକ୍ଷକ ସୁନିଲ ଦାଶଙ୍କ ବିୟୋଗ
- Hits: 475








