ବାଣପୁର/ଖୋର୍ଦ୍ଧା:(ସେକ୍ କୌସର) ବାଣପୁର ଥାନା ନିଳାଦ୍ରୀପ୍ରସାଦ ଅରାଙ୍ଗ ଗ୍ରାମ ଓ ଦାମିଆ ବରବରା ର କଦମ୍ବ ଝୁଲା ଗ୍ରାମରେ ବଜ୍ରାଘାତ ଘଟି ଦୁଇ ମୃତ , ତିନି ଗୁରୁତର । ମୃତକ ମାନେ ହେଲେ ଅରାଙ୍ଗ ଗ୍ରାମର ରଞ୍ଜିତ ରଣସିଂହ ୨୨ ବର୍ଷ ଓ କଦମ୍ବଝୁଲା ଗ୍ରାମର ଅମର ଶବର ୧୨ ବର୍ଷ ବୟସ। .ବିଲକୁ କାମ କରିବାକୁ ଯାଇଥିବାବେଳେ ବର୍ଷା ଯୋଗୁ ବିଲ ଗହିରେ ଥିବା ଭାଡିରେ ଆଶ୍ରା ନେଇଥିଲେ । ହଠାତ ବିଜୁଳି ମାରିବାରେ ରଞ୍ଜିତ ଘଟଣାସ୍ଥଳରେ ମୃତ ବରଣ କରିଛି । ସେହିପରି କଦମ୍ବ ଝୁଲା ଗ୍ରାମର ଆମର ଶବର ଛତାଧରି ଗାଁ ଦାଣ୍ଡରୁ ଘରକୁ ଯାଉଥିବା ବେଳେ ହଠାତ ବଜ୍ରାଘାତ ଘଟିବାରେ ଅମର ଅଚେତ ଅବସ୍ଥାରେ ରାସ୍ତାରେ ପଡିଯାଇଥିଲା । ଅମରର ଏପରି ଅବସ୍ଥା ଦେଖି ଗ୍ରାମର କିଛି ଲୋକ ଚିକିତ୍ସାପାଇଁ ବାଣପୁର ଡାକ୍ତରଖାନାର ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଆହତ ତିନିଜଣ ଚିକିତ୍ସିତ ହେଉଛନ୍ତି। ଏହାକୁନେଇ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଅଂଚଳ ସାରା ଏକ ଦୁଃଖଦ ବାତାବରଣ ସୃଷ୍ଟି ହୋଇଛି ।
ରାଜ୍ୟ
ବଜ୍ରାଘାତ ଘଟି ଦୁଇ ମୃତ , ତିନି ଗୁରୁତର
- Hits: 241








