ଶୋକଵ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ
ଭୁବନେଶ୍ଵର: ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି ।
ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି। ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।
ପୂର୍ବତନ ବାଚସ୍ପତି ଶ୍ରୀ ପାତ୍ରଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକାଵ୍ୟକ୍ତ କରି କହିଛନ୍ତି " ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଭଲ ବନ୍ଧୁ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ । ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । "
ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଶ୍ରୀ ପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏକ ଶୋକ ବାର୍ତ୍ତା ରେ ସେ କହିଛନ୍ତି ଯେ "ସୂର୍ଯ୍ୟ ପାତ୍ରଙ୍କ ଦୀର୍ଘ ଦିନର ରାଜ ନୈତିକ ଯାତ୍ରା ଥିଲା ବେଶ ଘଟଣା ବହୁଳ ଓ ଅବିସ୍ମରଣୀୟ l 7 ଥର ବିଧାୟକ ଭାବେ ନିର୍ବାଚିତ ହେଵା ତାଙ୍କ ଜନପ୍ରିୟତାର ପ୍ରମାଣ ଥିଲା l ବହୁ ବିଭାଗର ମନ୍ତ୍ରୀଭାବେ ଓ ବିଧାନସଭାର ବାଚସ୍ପତି ରୂପେ ସେ ଦକ୍ଷତାର ପରିଚୟ ଦେଇଥିଲେ l ସେ ଥିଲେ ମୋର ଅଗ୍ରଜ ପ୍ରତିମ l ତାଙ୍କ ବିୟୋଗରେ ଓଡ଼ିଶାର ରାଜନୀତି କ୍ଷେତ୍ରରେ ଏକ ଦାରୁଣ ଓ ଅପୂରଣୀୟ କ୍ଷତି ହୋଇଛି | ମୁଁ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସଂଗେ ସଙ୍ଗେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି l"
ଶ୍ରୀ ପାତ୍ରଙ୍କ ବିୟୋଗରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ , ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି I ସେ କହିଛନ୍ତି ଶ୍ରୀ ପାତ୍ରଙ୍କ ଦେହାନ୍ତ ଖବର ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଜଣେ ଦରଦୀ, ମେଳାପୀ ନେତା ଭାବେ ସେ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ରାଜ୍ୟ ରାଜନୀତିରେ ଏହା ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିବ । ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ବାର୍ତାରେ କହିଛନ୍ତି।
ପୂର୍ବତନ ବାଚସ୍ପତି, ମନ୍ତ୍ରୀ, ଦିଗପହଣ୍ଡିର ବିଧାୟକ ତଥା ବର୍ଷୀୟାନ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ସ୍ଵାଇଁ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଶ୍ରୀ ପାତ୍ର ଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଭାବରେ ମର୍ମାହତ । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ଦୀର୍ଘ ରାଜନୈତିକ ଜୀବନ କାଳରେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟକରି ରାଜ୍ୟର ବିକାଶରେ ଉଲ୍ଲେଖନୀୟ ଯୋଗଦାନ କରିଥିଲେ । ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଲୋକପ୍ରିୟତା ଅନନ୍ୟ ବୋଲି ଶ୍ରୀ ସ୍ଵାଇଁ କହିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ଵାଇଁ ସ୍ବର୍ଗତ ପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।
ଶ୍ରୀ ପାତ୍ରଙ୍କ ଦେହାନ୍ତରେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଲୋକଙ୍କ ପ୍ରଗତି ଓ ଉନ୍ନତି ନିମନ୍ତେ କରିଯାଇଥିବା କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କର ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ବୋଲି ସେ ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ପାତ୍ର ସମବେଦନା ଜ୍ଞାପନ କରିଛନ୍ତି ।
ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଶ୍ରୀ ପାତ୍ରଙ୍କ ଵିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ଜଣେ ସୁଦକ୍ଷ, ସାଙ୍ଗଠନିକ ଦକ୍ଷତା ସମ୍ପନ୍ନ ତଥା ଦରଦୀ ନେତା ଭାବେ ସ୍ବର୍ଗତ ପାତ୍ରଙ୍କର ଲୋକପ୍ରିୟତା ଅନନ୍ୟ ରହିଥିଲା l ବହୁ ବାର ବିଧାନ ସଭାକୁ ନିର୍ବାଚିତ ହେବା ସହ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ରାଜସ୍ବ, ଜଙ୍ଗଲ, ପରିବେଶ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ସୂଚନା ଓ ପ୍ରଯୁକ୍ତି ଶକ୍ତି ଆଦି ଏକାଧିକ ବିଭାଗରେ ମନ୍ତ୍ରୀ ହୋଇଥିଲେ l ଗଞ୍ଜାମ ଜିଲ୍ଲା ତଥା ରାଜ୍ୟର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ସର୍ବଦା ସ୍ମରଣୀୟ ରହିବ l ତାଙ୍କର ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ଲ ମନ୍ତ୍ରୀ ଶ୍ରୀମତୀ ସାହୁ ସ୍ବର୍ଗତ ପାତ୍ରଙ୍କ ଅମରାତ୍ମାର ସଦଗତି କାମନା ପୂର୍ବକ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
"ସୂର୍ଯ୍ୟ ନାରାୟଣ ପାତ୍ର ଥିଲେ,ଆମ ପରିବାରର ପରମ ମିତ୍ର। ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି,ବାଚସ୍ପତି ପଦର ଦାୟିତ୍ୱ ସମ୍ପାଦନ କରି ବିଧାନସଭାର ଗରିମା ବୃଦ୍ଧି କରିଛନ୍ତି। ଅମର ଆତ୍ମାର ସଦଗତି କାମନା କରୁଛି। ଭଗବାନ ତାଙ୍କର ପରିବାରବର୍ଗଙ୍କୁ ଅସୀମ ଶକ୍ତି ପ୍ରଦାନ କରନ୍ତୁ" ବୋଲି ଶୋକବାର୍ତ୍ତାରେ କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ |
ଶ୍ରୀ ପାତ୍ରଙ୍କ ବିୟୋଗରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି । ଏକ ଶୋକ ବାର୍ତ୍ତାରେ ଶ୍ରୀ ସାରକା କହିଛନ୍ତି ଯେ " ରାଜନୀତିକୁ ନେଇ ଅଙ୍ଗିକାରବଦ୍ଧତା ଏବଂ ବିଭିନ୍ନ ବିଭାଗରେ ତାଙ୍କର କାର୍ଯ୍ୟ ଦକ୍ଷତା ସର୍ବଦା ଚିର ସ୍ମରଣୀୟ ହୋଇ ରହିବ । ସେ ଜଣେ ଦକ୍ଷ ତଥା ସାଙ୍ଗଠନିକ ଦକ୍ଷତା ସମ୍ପର୍ଣ୍ଣ ରାଜନେତା । 2019 ରେ ସେ ବିଧାନସଭାର ବାଚସ୍ପତି ପଦ ସମ୍ଭାଳିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବରିଷ୍ଠ ତଥା ବିଚକ୍ଷଣ ରାଜନେତାଙ୍କୁ ହରାଇଛି । ରାଜ୍ୟ ରାଜନୀତି ପାଇଁ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି" |
ଶ୍ରୀ ପାତ୍ରଙ୍କ ପରଲୋକରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି| ଶ୍ରୀ ପଣ୍ଡା ତାଙ୍କୁ ବିଜେଡି ରାଜନୀତିର ଭୀଷ୍ମ ଭାବରେ ଅଭିହିତ କରି ତାଙ୍କ ରାଜନୈତିକ କୁଶଳତା ଓ ଅନନ୍ୟ ସାଙ୍ଗଠନିକ ଦକ୍ଷତା ଅବିସ୍ମରଣୀୟ ବୋଲି ଦର୍ଶାଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାବରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି |
ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଗଭୀର ଶୋକ ପ୍ରକାଶ କରିଛନ୍ତି I ଗଞ୍ଜାମ ର ଦିଗପହଣ୍ଡି ରୁ ନିର୍ବାଚିତ ହେଇ ଗଞ୍ଜାମ ସହ ସାରା ରାଜ୍ୟ ର ଲୋକଙ୍କ ପ୍ରଗତି ଓ ଉନ୍ନତି ରେ ତାଙ୍କର ଅବଦାନ ଅତୁଳନୀୟ। ବହୁ ବାର ନିର୍ବାଚିତ ବିଧାୟକ ଓ ବାଚସ୍ପତି ଭାବେ ତାଙ୍କ କାର୍ଯ ଉଚ୍ଚ ପ୍ରଶଂସନୀୟ । ଜଣେ ଦକ୍ଷ ଓ ଦରଦୀ ନେତା ଭାବେ ସେ ଓଡ଼ିଶା ଲୋକଙ୍କ ର ପ୍ରିୟଭାଜନ ହେଇପାରିଥିଲେ । ତାଙ୍କ ଅକାଳ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କ ବିୟୋଗ ରେ ମୁଁ ଦୁଖିତ ଓ ମର୍ମାହତ । ଏଭଳି ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ତାଙ୍କ ଶୋକ ବାର୍ତାରେ ପ୍ରକାଶ କରିଛନ୍ତି।
ସୂଚନା ପ୍ରଯୁକ୍ତି କ୍ରୀଡା-ଯୁବ ବ୍ୟାପାର ତଥା ଘରୋଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ଶ୍ରୀ ପାତ୍ରଙ୍କ ବିୟୋଗରେ ଶୋକାଵ୍ୟକ୍ତ କରି କହିଛନ୍ତି ଯେ " ବରିଷ୍ଠ ନେତୃତ୍ୱ,ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ l ଜଣେ ବିଶିଷ୍ଟ ରାଜନୀତିଜ୍ଞ, ଦରଦୀ ନେତା ଭାବେ ସମସ୍ତଙ୍କ ହୃଦୟକୁ ସେ ଜିଣିପାରିଥିଲେ l ଏହିଭଳି ଦାରୁଣ ବିପତ୍ତି ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛି |"
ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବିଧାୟକ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ଶ୍ରୀ ପାତ୍ରଙ୍କ ବିୟୋଗ ଖବର ପାଇ ସେ ଅତ୍ୟନ୍ତ ମର୍ମାହତ । ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏହି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବା ନିମନ୍ତେ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।









