ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ତଥା ଗଞ୍ଜାମ ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ଆଜି ସନ୍ଧ୍ୟା ୭ଟା ୩୧ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ପରିବାର ସଦସ୍ୟଙ୍କ ସୂତ୍ରରୁ ହସ୍ତଗତ ହୋଇଛି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇ ସ୍ବେଛାକୃତ ଭାବରେ ଦାୟିତ୍ବରୁ ଅବ୍ୟାହତି ନେଇଥିବା ଶ୍ରୀ ପାତ୍ର ବହୁବାର ରାଜ୍ୟ ମନ୍ତ୍ରମଣ୍ଡଳର ସଦସ୍ୟ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ବିଅଭାଗର ଦାୟତ୍ୱ ତୁଲାଇଥିଲେ | ବ୍ରହ୍ମପୁର ମୁନିସିପାଲିଟିର କାଉନସିଲର ଭାବେ ରାଜନୀତିରେ ପ୍ରବେଶ କରିଥିବା ଶ୍ରୀ ପାତ୍ର ୭ଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୦ ରୁ ୨୦୦୦ ଜନତା ଦଳ ଟିକେଟରୁ ନିର୍ବାଚନ ଲଢି ଗଜପତି ଜିଲ୍ଲା ମୋହନାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିଲେ ସୂର୍ଯ୍ୟ ନାରାୟଣ ପାତ୍ର ।
ରାଜ୍ୟ
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ
- Hits: 599








