ନୂତନ ଭୋଟର ମାନଙ୍କ ସଚେତନତା ନିମନ୍ତେ ସୁନ୍ଦରଗଡ଼ ଠାରେ ‘ ମୁଁ ବି ମିତା ‘ ଅଭିଯାନ ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼, ୧/୯(ବସନ୍ତ କୁମାର ଜେନା):: ନୂତନ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ରାଜ୍ୟରେ ଆରମ୍ଭ ହୋଇଛି ‘ମୁଁ ବି ମିତା ‘ ଅଭିଯାନ। ଏହି ପରିପ୍ରକ୍ଷୀରେ ସ୍ଥାନୀୟ ସଦଭାବନା ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଙ୍କ ଦ୍ଵାରା ‘ ମୁଁ ବି ମିତା ‘ ଅଭିଯାନ ର ଶୁଭାରମ୍ଭ ହୋଇ ଯାଇଛି। ଜିଲ୍ଲା ର ତିନୋଟି ସବ ଡିଭିଜନ ର ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଚୟନ କରାଯାଇଥିବା ଛାତ୍ରୀମାନେ ଏହି ଅଭିଯାନ ଅନ୍ତର୍ଗତ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ ଏବଂ ନିଜ ମହାବିଦ୍ୟାଳୟ ତଥା ନିଜ ନିଜ ଅଞ୍ଚଳ ମାନଙ୍କରେ ନୂତନ ଭୋଟର ମାନଙ୍କୁ ଭୋଟ ଦାନ , ଭୋଟର ତାଲିକା ର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସହିତ ତାଲିକା ରେ ନୂତନ ଭୋଟର ପଞ୍ଜିକରଣ ନିମନ୍ତେ ମଧ୍ୟ ସଚେତନତା ସୃଷ୍ଟି କରିବେ। ଏହି ଅବସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଅଭିଯାନ ରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ରେ ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

0
0
0
s2sdefault