ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ଚାଷ ବଞ୍ଚାଅ ଓ ଚାଷୀ ବଞ୍ଚାଅ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା ,୧/୯(ବସନ୍ତ କୁମାର ଜେନା): ଚାଷ ବଞ୍ଚାଅ ଓ ଚାଷୀ ବଞ୍ଚାଅ ଦାବୀରେ ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ “ପାନପୋଷ ଉପ-ଜିଲ୍ଲାପାଳ ଅଫିସ ଚାଲ” ଅଭିଯାନରେ ଆଜି ବିଖ୍ଯୋଭ ଅନୁଷ୍ଠିତ ହୋଇଯାଇଅଛି | ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦ୍ଯେଶ୍ଯରେ ଏକ ଦାବୀପତ୍ର ପାନପୋଷ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି | ଦାବାପତ୍ରରେ ଉଲ୍ଲେଖ କରେଯାଇଛି ଯେ, ଡକ୍ଟର ସ୍ବାମୀନାଥନ କମିଶନଙ୍କ ସୁପାରିଷକୁ କାର୍ଯ୍ଯକାରୀ କରାଯାଉ | ଧାନ କ୍ବିଇଣ୍ଟାଲ ୪ ହଜାର ଟଙ୍କା ଧାର୍ଯ୍ଯ କରାଯାଉ | ଅଭାବୀ ଧାନ ବିକ୍ରୀ ବନ୍ଧ କରି ଫରଓ୍ବାର୍ଡ ଟ୍ରେଡିଂ ବନ୍ଦ କରିବା ପାଇଁ ତୁରନ୍ତ ଆଇନ୍ ପ୍ରଣୟନ କରାଯାଉ | କଳକାରଖାନା ଓ ଖଣିଖାଦାନ ଅଞ୍ଚଳରେ କ୍ରୁଷି ଖ୍ଯେତ୍ରରେ ହେଉଥିବା ବ୍ଯାପକ ଜଳ-ବାୟୁ ପ୍ରଦ୍ଯୁଷଣକୁ ତୁରନ୍ତ ବନ୍ଦ୍ କରାଯାଉ | ସମସ୍ତ ଚାଷୀଙ୍କର କ୍ରୁଷି ଋଣ ଛାଡ଼ କରାଯାଇ, ୬୦ ବର୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୬୦୦୦ ଟଙ୍କା ପେନସନ୍ ପ୍ରଦାନ କରାଯାଉ | ଜିଲ୍ଲାରେ ଧାନ ମଣ୍ଡିଗୁଡ଼ିକରେ ହେଉଥିବା କଟନୀ ଛଟନୀକୁ ତୁରନ୍ତ ବନ୍ଦ କରାଯାଉ | ପିତାମହଲ ଡ୍ଯାମର ପୁଃନରୁଦ୍ଧାର କରି କେନାଲ ଜମି ଉପରେ ଜବରଦଖଲ ଉଚ୍ଛେଦ କରାଯାଉ ଇତ୍ଯାଦି ଦାବୀ ଅନ୍ତର୍ଭୁକ୍ତ | ଏହି ବିଖ୍ଯୋଭରେ ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ସାଦାନନ୍ଦ ସାହୁ, ଦାସୁଂଲ କିସାନ, ଫିଲନା ଟପ୍ପୋ, ରାଜକିଷୋର ଧ୍ଯାନ, ଜିତବାହାନ କିଡ଼, ରମ କିସାନ, କଳ୍ପନା ରାଉତ, ମହେଶ ଦୀପ୍ ପ୍ରମୁଖ ସମେତ ବହୁ ଚାଷୀ ଭାଗ ନେଇଥିଲେ |

0
0
0
s2sdefault