ଗଂଜାମ,(ନିଲୁ ବିଷୋୟୀ ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରୁ ସିମାଞ୍ଚଳ କୁ ଓଏସଆରଟିସି ର ସରକାରୀ ବସ୍ ଚଳାଚଳ ଶୁକ୍ରବାର ଶୁଭାରମ୍ଭ ହୋଇଛି।ପ୍ରଥମ ଦିନରେ ୭ ଜଣ ଯାତ୍ରୀ କୁ ନେଇ ଏକ ବସ ସିମାଞ୍ଚଳ ଅଭିମୁଖେ ଯାଇଛି।ବସ୍ ଟି ସନ୍ଧ୍ୟା ୭ ଟାରେ ଭଞ୍ଜନଗର ରୁ ବାହାରି ଆସିକା,ବ୍ରହ୍ମପୁର, ପଲାସା ଓ ଶ୍ରିକାକୁଲମ ଦେଇ ପରଦିନ ସକାଳ ୫ ଟାରେ ସିମାଞ୍ଚଳ ରେ ପହଞ୍ଚିବ।ସେଠାରୁ ପୁଣି ସେହି ଦିନ ସନ୍ଧ୍ୟା ୭ ଟାରୁ ବାହାରି ପର ଦିନ ସକାଳ ୫ ଟା ସମୟରେ ଭଞ୍ଜନଗର ରେ ପହଞ୍ଚିବ।ଭଞ୍ଜନଗର-ସିମାଞ୍ଚଳ ବସ୍ ଦର ୪୫୦ ଟଙ୍କା ରହିଛି। ସେହିଭଳି ବିଶାଖାପାଟଣା କୁ ବସ ଦର ୪୨୫ ଟଙ୍କା ରହିଛି। ଏହି ବସ୍ ଚଳାଚଳ ହେବା ଦ୍ବାରା ଗଞ୍ଜାମ ଜିଲ୍ଲାର ବହୁ ଯାତ୍ରୀ ସମେତ ତୀର୍ଥଯାତ୍ରୀ ଉପକୃତ ହେବେ। ସେହିଭଳି ସ୍ବାସ୍ଥ୍ୟ ଗତ ସମସ୍ୟା କୁ ନେଇ ବିଶାଖାପାଟଣା କୁ ଯାଉଥିବା ଓଡ଼ିଶାର ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହା ଦ୍ବାରା ବହୁ ସୁବିଧା ପାଇବେ।
ରାଜ୍ୟ
ଓଏସଆରଟିସି ପକ୍ଷରୁ ଭଞ୍ଜନଗର-ସିମାଞ୍ଚଳ ବସ ଚଳାଚଳ ଆରମ୍ଭ
- Hits: 414









