ସୁବର୍ଣ୍ଣପୁର ରେ କଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କରିବେ ପ୍ରଚାର ପ୍ରସାର l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର/ଆର୍ତ୍ତତ୍ରାଣ ମହାପାତ୍ର;  ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକକଳା ମାଧ୍ୟମରେ ଜନସାଧାରଣ ଯେପରି ସରକାର ଙ୍କ ଦ୍ଵାରା ପ୍ରୟୋଜିତ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ ହୋଇପାରିବେ ସେଥିପାଇଁ ସେପ୍ଟେମ୍ବର 15 ରୁ 30 ତାରିଖ ମଧ୍ୟରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ରାଜ୍ୟ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯାଇଛି I ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୁଲ୍ୟରେ ବିଭିନ୍ନ ବ୍ଲକର କଳା ସଂସାଧନ ସଭ୍ୟଙ୍କ ତା 31/08/23 ଓ ତା 01/09/23 ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାର ଲୋକକଳା ମାଧ୍ୟମରେ କରିବା ପାଇଁ ରାଜ୍ୟ ସ୍ତରରେ ପ୍ରଶିକ୍ଷକ ଭାବରେ ଜିଲ୍ଲାରୁ ରାଜ୍ୟ ଲଳିତ କଳା ସଙ୍ଗୀତ ନାଟକ ସଦସ୍ୟ ତଥା କଳାକାର ସାଶ୍ୱତ ତ୍ରିପାଠୀ ଓ ଜେଡ କେ ଏସ ଏସ ଉପ ସଭାପତି ମାନଭଞ୍ଜନ ମିଶ୍ର ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି l ଜିଲ୍ଲା ସ୍ତରୀୟ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କୁ ଉଦ୍ ଘାଟନ କରି ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ କହିଲେ ଯେ ଏହା ଦ୍ଵାରା ଜିଲ୍ଲା ର କୋଣ ଅନୁକୋଣ ର ଜନସାଧାରଣ ସରକାରଙ୍କ ସମସ୍ତ ଯୋଜନା ସମ୍ବନ୍ଧୀୟ ସୂଚନା ଅବଗତ ହୋଇପାରିବା ସହିତ କଳାକାର ମାନଙ୍କୁ ମଧ୍ୟ କିଛି ପାରିଶ୍ରମିକ ମିଳି ଯାଇପାରିବ ବୋଲି ଆଶା ପ୍ରକାଶ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ଯ ସମ୍ବନ୍ଧରେ ଆଲୋକପାତ କରି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମାର୍ଗ ଦର୍ଶନ ର ବିସ୍ତୃତ ଆଲୋଚନା କରିଥିଲେ I ଏଥିରେ ଜିଲ୍ଲାର ସମସ୍ତ ଛଅ ଟି ବ୍ଲକ ର କଳା ସଂସାଧନ ସଭ୍ଯ ଅଂଶଗ୍ରହଣ କରିଥିଲେ l ଦ୍ଵିତୀୟ ଦିନରେ ଅତିଥି ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ ଯୋଗ ଦେଇ କଳାକାର ମାନଙ୍କୁ ନିଜ ନିଜ ବିଭାଗ ର ଜନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ lଉଦଯାପନୀ ଶିବିର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏବଂ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଯୋଗ ଦେଇଥିଲେ I ଜିଲ୍ଲା ସଂସାଧନ ପ୍ରଶିକ୍ଷକ ସାଶ୍ୱତ ତ୍ରିପାଠୀ ଓ ମାନଭଞ୍ଜନ ମିଶ୍ର ବିଭିନ୍ନ କଲ୍ୟାଣକାରୀ ଯୋଜନା ଯଥା ମମତା , ହରିଶ୍ଚନ୍ଦ୍ର , ମଧୁବାବୁ ପେନସନ ,5T ଯୋଜନା, ସ୍ୱାସ୍ଥ୍ୟ ବୀମା ଫସଲ ବୀମା ଇତ୍ୟାଦି ଯୋଜନା ସମ୍ବନ୍ଧରେ ବ୍ଲକ ସ୍ତରୀୟ ପ୍ରଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ l ଜିଲ୍ଲାପାଳ କହିଲେ ଯେ ଆଗକୁ ନୂଆଖାଇ ତଥା ପାର୍ବଣ ରୁତୁ ଆସୁଥିବାରୁ କଳାକାର ମାନଙ୍କୁ ସମସ୍ତ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ପାଇଁ ଅପୂର୍ବ ସୁଯୋଗ ମିଳିବ l ନିଜେ ବ୍ୟକ୍ତିଗତ ଭlବରେ ବିଭିନ୍ନ ପଞ୍ଚାୟତ ଗସ୍ତ କରି ସେ ଲୋକକଳା କୁ ଉପଭୋଗ କରିବେ ବୋଲି ଜଣାଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ I ଅଦ୍ୟ ଦିନ ଉପସ୍ଥିତ କଳାକାର କଲ୍ୟାଣକାରୀ ଯୋଜନା ଗୁଡିକର ଡେମୋ ପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ସ୍ତରରେ ପ୍ରସ୍ତୁତ ଲୋକ କଳା ର ଡେମୋ ପ୍ରଦର୍ଶନ କରାଯାଇଥିଲା l ଅନୁଷ୍ଠିତ ଏହି ଦ୍ୱି ଦିବସୀୟ ପ୍ରଶିକ୍ଷଣ ଶିବିର କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ ପରିଚାଳନା କରିଥିଲେ l

0
0
0
s2sdefault