ହେଡଲାଇନସ୍:

ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କଲେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବର୍ଷା ଜଳ ପରିମାଣକୁ ଦୃଷ୍ଟିରେ ରଖି ଫସଲ ପାଇଁ ଜଳର ସୁଷମ ବଣ୍ଟନ ନିମନ୍ତେ ପରାମର୍ଶ

ଭୁବନେଶ୍ୱର : ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୁରୁବାର ଏକ ବୈଠକରେ ରାଜ୍ୟର ବିଭିନ୍ନ ଜଳ ଭଣ୍ଡାରର ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜଳ ସମ୍ପଦ ବିଭାଗରେ ଅନୁଷ୍ଠିତ ଏହି ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ, ଜଳସେଚନ, ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ମହାନଦୀ, ବୈତରଣୀ ସମେତ ବିଭିନ୍ନ ପ୍ରମୁଖ ନଦୀ ଓ ଜଳଭଣ୍ଡାର ରେ ଜଳ ପରିମାଣ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ବିଭିନ୍ନ ଜିଲ୍ଲାରେ ଅଦ୍ୟାବଧି ହୋଇଥିବା ବର୍ଷା ପରିମାଣ, ନଦୀ, ଜଳଭଣ୍ଡାର ଏବଂ ଜଳସେଚନ ପ୍ରକଳ୍ପଗୁଡିକରେ ଜଳ ପରିମାଣର ସ୍ଥିତି ଅନୁଧ୍ୟାନ କରିବା ସହିତ ଜଳସେଚନ ନିମନ୍ତେ ଉଦ୍ଦିଷ୍ଟ ଉପଲବ୍ଧ ଜଳକୁ ଫସଲ ନିମନ୍ତେ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଂଚଳକୁ ପ୍ରସ୍ତୁତ ସମୟ ସୂଚୀ ଆଧାରରେ ଜଳ ପରିବର୍ତ୍ତନ (ରୋଟେସନାଲ ଇରିଗେସନ) ପଦ୍ଧତି ଅବଲମ୍ବନ କରି ସମାନ ତଥା ସୁଷମ ଭାବରେ ବଣ୍ଟନ କରିବାକୁ ଶ୍ରୀମତୀ ଗର୍ଗ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

0
0
0
s2sdefault