ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା କଣ୍ଟିଲୋର କଣ୍ଟେଇମୁଣ୍ଡି ( କଣ୍ଟିଆଳି) ବାଇଗଣ କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା। କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ବଡ଼ବାଣପୁର, କଣ୍ଟିଲୋ, ପଦ୍ମାବତୀ, ଓ ଆଖପାଖ ଅଞ୍ଚଳରେ ଅମଳ ହେଉଥିବା ଏହି ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ ବାଇଗଣକୁ ମିଳିଲା ଭୌଗୋଳିକ ପରିଚୟ। ଏହି ବାଇଗଣଟି ଅନ୍ୟାନ୍ୟ ବାଇଗଣ ଠାରୁ ସ୍ବତନ୍ତ୍ର । ଏହି ବାଇଗଣ ଗଛର ଫଳ, କାଣ୍ଡ ଏବଂ ପତ୍ରରେ କଣ୍ଟା ଭରି ରହିଥାଏ। ପ୍ରତ୍ୟେକ ବାଇଗଣର ଓଜନ ୨୫ ରୁ ୫୦ ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର ୩୦ ରୁ ୩୫ ଦିନ ମଧ୍ୟରେ ଫଳ ଦେଇଥାଏ ।ଏହାର ସ୍ବାଦ ସ୍ବତନ୍ତ୍ରତା ରହିଛି । ଏହି ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । ଜିଆଇ ଟ୍ୟାଗ ମିଳିବା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ରାଜ୍ୟ
କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ,ସମଗ୍ର ଜିଲ୍ଲାରେ ଖୁସିର ଲହରୀ
- Hits: 551








