ଟ୍ରକ୍ ରେ ମିଳିଲା ଦୁଇଟି ନମ୍ଵର ପ୍ଲେଟ
ପଦ୍ମପୁର :- ବରତୁଣ୍ଡା ଅଞ୍ଚଳରୁ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ବେଳେ ଗତ କାଲି ବିଲମ୍ବିତ ରାତ୍ରିରେ ସୋହେଲା ପୋଲିସ ସହାୟତାରେ ପଦ୍ମପୁର ର ଯୁବଗୋଷ୍ଠୀ ପଶ୍ଚିମବଙ୍ଗ ନମ୍ଵର ଥିବା ଗୋରୁ ଭର୍ତ୍ତି କାବୁ କରିବା ସହିତ ୫୦ ରୁ ଉର୍ଦ୍ଧ ଗୋରୁ ଙ୍କୁ ଉଦ୍ଧାର କରିଛନ୍ତି l କୌଣସି ସୂତ୍ରରୁ ଖବର ପାଇ ଯୁବ ଗୋଷ୍ଠୀ ସ୍ଥାନୀୟ ଭେଉଁରିଆ ଛକରେ ଟ୍ରକ୍ କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଟ୍ରକ୍ ଟି ଦ୍ରୂତ ଗତିରେ ଫେରାର୍ ମାରିଥିଲା l ସଙ୍ଗେ ସଙ୍ଗେ ଯୁବଗୋଷ୍ଠୀ ଟ୍ରକ୍ ର ପିଛା କରି ଛତ୍ତିଶଗଡ଼ ସୀମାନ୍ତବର୍ତ୍ତୀ ଲୁହରାଚଟି ଠାରେ କାବୁ କରିବାରେ ସଫଳ ହୋଇଥିଲେ l କିନ୍ତୁ ଡ୍ରାଇଭର୍ ସେଠାରୁ ଫେରାର ମାରିଥିଲା l ଟ୍ରକ୍ କୁ ପଦ୍ମପୁର ପୋଲିସ ଜବତ କରିଛି lଅତି ଦୟନୀୟ ଅବସ୍ଥାରେ ଗୋରୁଗୁଡିକୁ ଭର୍ତି କରାଯାଇ ପଶ୍ଚିମବଙ୍ଗ କୁ ଚାଲାଣ ହେଉଥିବା ଅନୁମାନ କରାଯାଉଛି l








