ହେଡଲାଇନସ୍:

ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଅଗଷ୍ଟ ମାସରେ 1733.62 କୋଟି ଟଙ୍କା ସଂଗ୍ରହ ; ୩୮.୨୨ ପ୍ରତିଶତ ଅଭିବୃଦ୍ଧି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୦୨୩ ମସିହା ଅଗଷ୍ଟ ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଜିଏସଟି ପରିମାଣ ୧୭୩୩.୬୨ କୋଟି ଟଙ୍କା ହୋଇଛି । ୨୦୨୨ ମସିହା ଅଗଷ୍ଟ ମାସରେ ଏ ବାବଦରେ ୧୨୫୪.୨୪ କୋଟି ଟଙ୍କା ସଂଗୃହୀତ ହୋଇଥିଲା । ଫଳରେ ଏ କ୍ଷେତ୍ରରେ ୩୮.୨୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସ ସୁଦ୍ଧା ସମନ୍ବିତ ଜିଏସଟି ଓ ରାଜ୍ୟ ଜିଏସଟି ଫଇସଲା ବାବଦକୁ ଓଡିଶା ୮୮୭୭.୨୧ କୋଟି ଟଙ୍କା ସଂଗ୍ରହ କରିଥିବାବେଳେ, ଏ କ୍ଷେତ୍ରରେ ସାମଗ୍ରିକ ଅଭିବୃଦ୍ଧି ହାର ରହିଛି ୨୧.୪୦ ପ୍ରତିଶତ ।

୨୦୨୩ ମସିହା ଅଗଷ୍ଟ ମାସରେ ରାଜ୍ୟ ଜିଏସଟି ସଂଗ୍ରହ ପରିମାଣ ୧୩୩୨.୯୯ କୋଟି ଟଙ୍କା ହୋଇଥିବାବେଳେ ଗତ ବର୍ଷ ଅଗଷ୍ଟ ମାସରେ ଏହି ପରିମାଣ ଥିଲା ୧୦୨୮.୦୭ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୨୯.୬୬ ପ୍ରତିଶତ ।
ସେହିପରି ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ ) ସଂଗ୍ରହ କ୍ଷେତ୍ରରେ ମଧ୍ୟ ୧୩.୫୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୩ ମସିହା ଅଗଷ୍ଟ ମାସରେ ୪୪୦୮.୨୭ କୋଟି ଟଙ୍କାର ମୋଟ ଜିଏସଟି ସଂଗୃହୀତ ହୋଇଥିବାବେଳେ ଗତ ବର୍ଷ ଅଗଷ୍ଟ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୮୮୩.୯୦ କୋଟି ଟଙ୍କା ।

ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗ ଦ୍ବାରା ସଂଗୃହୀତ ହେଉଥିବା ସମସ୍ତ ଟିକସ ଯଥା : ଜିଏସଟି, ଭାଟ, ପ୍ରବେଶ ଶୁଳ୍କ ଓ ବୃତ୍ତିଗତ କର ଅଧୀନରେ ୨୦୨୩ ମସିହା ଅଗଷ୍ଟ ମାସରେ ୨୭୯୩.୩୮ କୋଟି ଟଙ୍କା ଆଦାୟ କରାଯାଇଥିବାବେଳେ ଗତ ବର୍ଷ ଅଗଷ୍ଟ ମାସରେ ଏ ବାବଦକୁ ୨୨୧୯.୮୧ କୋଟି ଟଙ୍କା ଆଦାୟ କରଯାଇଥିଲା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୨୫.୮୪ ପ୍ରତିଶତ ।

ଅପର ପକ୍ଷରେ, ଚଳିତ ବର୍ଷ ଅଗଷ୍ଟ ମାସରେ ୨୦.୭୫ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବାବେଳେ ଗତ ବର୍ଷ ଅଗଷ୍ଟ ମାସରେ ଏହି ସଂଖ୍ୟା ଥିଲା ୧୫.୮୧ ଲକ୍ଷ । ଏ କ୍ଷେତ୍ରରେ ୩୧.୨୪ ପ୍ରତିଶତ ଅଭିବୃଦ୍ଧି ଘଟିଛି, ଯାହା କି ଅର୍ଥନୈତିକ କ୍ଷେତ୍ରରେ ଘଟୁଥିବା ଅଗ୍ରଗତିକୁ ସୂଚିତ କରୁଛି ।

0
0
0
s2sdefault