ହେଡଲାଇନସ୍:

ବେଲଗୁଣ୍ଠାରେ ସ୍ୱାୟତ୍ତ ଶାସନ ଦିବସ:ନଟିଆ ଓ କୁଳଦିପ୍ ମୁଖ୍ୟ ଆକର୍ଷଣ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -୧/୯-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୪୯ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ଗୁରୁବାର ସକାଳ ୧୦ ଘଟିକା ସମୟରେ ମୁଖ୍ୟ ଅତିଥି  ଭାବେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଯୋଗ ଦେଇ ନଗରପାଳ ଫିରୋଜ କୁମାର ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀ ଙ୍କ ସହିତ ସମସ୍ତ କାଉନସିଲର, ସହରବାସୀଙ୍କ ଉପସ୍ଥିତରେ ଲକ୍ଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ପରିଷଦ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।ପରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ନଗରପାଳ ଫିରୋଜ କୁମାର ସେଠୀ ଓ ସମସ୍ତ କାଉନସିଲର,ଅନ୍ୟ ଅତିଥି ମାନଙ୍କ ଦ୍ୱାରା ଫଳ ବଣ୍ଟନ ହୋଇଥିଲା । ସଂଧ୍ୟା ସମୟରେ ସ୍ୱାୟତ୍ତ ଶାସନ ଦିବସ ପାଇଁ ଏକ ବିରାଟ ସାଧାରଣ ସଭା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ପୁଣି ସଂଧ୍ୟାରେ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ଫିରୋଜ କୁମାର ସେଠୀ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ, ଥାନାଧିକାରୀ ବନବିହାରୀ ପ୍ରଧାନ, ହାଇକୋର୍ଟ ଆଇନଜୀବୀ ତଥା ବିଜୁ ଜନତା ଦଳର ପ୍ରମୁଖ ମୁଖପାତ୍ର ଓମ୍ ପ୍ରକାଶ ସାହୁ, ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା,ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ସାଂସଦ ପ୍ରତିନିଧି ତଥା ପୂର୍ବତନ ନଗରପାଳ ରବୀନ୍ଦ୍ର ନାଥ ମହାପାତ୍ର, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ ଓ ପରିଷଦ ସଦସ୍ୟ ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ,ଲିଜା ବେହେରା, ପ୍ରିୟମ୍ବଦା ସାମଲ, କାହ୍ନୁଚରଣ ସାହୁ, ପ୍ରଦୀପ କୁମାର ସେଠୀ, ପ୍ରଗତି ପାତ୍ର,ସଙ୍ଗୀତା ପାତ୍ର, ଦିଲ୍ଲୀପ କୁମାର ଆଚାରୀ,ସୁଜ୍ୟୋତି ସୁବୁଦ୍ଧି, ବିଶ୍ୱନାଥ ଦଳାଇ ଓ ପ୍ରତିମା ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ ।

କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସହରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନମୋହିଥିବା ବେଳେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ଆଙ୍କର୍ ଚିନ୍ମୟୀ ସାହୁ,ଭାରତ ବର୍ଷରେ ଚହଳ ପକାଇଥିବା ନଟିଆ,ଗାଣ୍ଡୁ ଓରଫ ସ୍ମତି ରଞ୍ଜନ, ଉତ୍କଳ କାର୍ଟୁନ୍ ର କ୍ରିଏଟିଭ ଡାଇରେକ୍ଟୋର୍ ତଥା ବେଲଗୁଣ୍ଠା ମାଟିର ପୁଅ ସୌମ୍ୟରଞ୍ଜନ ଦାଶ,ପ୍ରସିଦ୍ଧ ଗାୟକ କୁଳଦିପ୍ ପଟ୍ଟନାୟକ ଓ ତାଙ୍କର ପଏଣ୍ଟ୍ ବ୍ଳାକ୍ ବ୍ୟାଣ୍ଡ୍ ଗୃପ୍ ଏବଂ ସଂଜୀବ ।ଏମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି,କଳା ଓ ସ୍ଥାପତ୍ୟ, ପରିବେଶ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିଲା ବହୁ ବ୍ୟକ୍ତି ବିଶେଷଙ୍କୁ ପରିଷଦ ତରଫରୁ ଉପଢ଼ୌକନ, ମାନପତ୍ର ଓ ସିଲ୍ଡ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏଥି ସହିତ ବେଲଗୁଣ୍ଠା ସହରର ଗୌରବ ତଥା ଓଡ଼ିଶାର ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମନ ମୋହନ ସାହୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ପରେ ବହୁ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏଥି ସହିତ ବିଭିନ୍ନ ମିଶନ ଶକ୍ତି ଗୃପ୍ କୁ ମୋଟ ୩୨ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିବା ବେଳେ ନୂତନ କରି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଷଦ କର୍ମଚାରୀ ପ୍ରଫୁଲ୍ଲ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିବା ବେଳେ ସହରବାସୀ,ଅନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ -ଶିବରାମ ଚୌଧୁରୀ

0
0
0
s2sdefault