ହେଡଲାଇନସ୍:

ବେଲଗୁଣ୍ଠାର ସମସ୍ତ ପିଇଓ ଚଉଦ ଦିନ ହେବ ସମୂହ ଛୁଟିରେ ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାର ପଞ୍ଚାୟତ ନୀର୍ବାହୀ ଅଧିକାରୀ ମାନେ ନିଜର ଦୁଇ ଦଫା ଦାବି ପୂରଣ ପାଇଁ ସମୂହ ଛୁଟିରେ ଯିବା ସହିତ ନିଜ ନିଜର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଚଉଦ ଦିନ ଧରି ଧାରଣାରେ ବସିଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମଧ୍ୟ ଗତ ଅଠର ତାରିଖରୁ କାର୍ଯ୍ୟ ବନ୍ଦ କରି ନିଜର ନ୍ୟାଯ୍ୟଦାବି ପାଇଁ ଗଂଜାମ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି I ପ୍ରକାଶ ଥାଉକି ରାଜ୍ୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ମାନେ ଶିକ୍ଷାଗତ ଯୋଗ୍ୟତା ସହିତ ଦରମା ବୃ୍ଦ୍ଧି ଏବଂ ପଦନ୍ନୋତି ପ୍ରଦାନ ସମ୍ପର୍କରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ ସେମାନଙ୍କ ଦାବି ପୂରଣ କ୍ଷେତ୍ରରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି I ଏନେଇ ସଂଘ ତରଫରୁ ପ୍ରଥମେ ଦାବି ପତ୍ର ଏବଂ ସାତ ତାରିଖରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ଦାବି ପୂରଣ କ୍ଷେତ୍ରରେ କୌଣସି ଆଗ୍ରହ ଦେଖାଇ ନଥିଲେ I ତେଣୁ ବାଧ୍ୟ ହୋଇ ପଞ୍ଚାୟତ ନିର୍ବାହି ଅଧିକାରୀ ମାନେ ନିଜ କାର୍ଯ୍ୟାଳୟରେ ତାଲା ଝୁଲାଇ ଆନ୍ଦୋଳନରେ ଯୋଗ ଦେଇଥିବା ବେଲଗୁଣ୍ଠା ପଞ୍ଚାୟତ ନୀର୍ବାହୀ ଅଧିକାରୀ ସଂଘ ସଭାନେତ୍ରୀ ଲିଟି ନାୟକ ପ୍ରକାଶ କରିଛନ୍ତି I ବେଲଗୁଣ୍ଠାରୁ ଲିଟି ନାୟକଙ୍କ ନେତୃତ୍ୱରେ ଉପସଭାପତି ସୂର୍ଯ୍ୟନାରାୟଣ ସାହୁ, ସମ୍ପାଦକ ବ୍ରଜବାସୀ ସେଠୀ, କୋଷାଧ୍ୟକ୍ଷ ଅରୁଣ ମଳିକଙ୍କ ସମେତ ସୁବାଷ ଚନ୍ଦ୍ର ଦଳବେହେରା, ସୂର୍ଯ୍ୟକାନ୍ତ ଉପାଧ୍ୟାୟ, ସୁଜ୍ଞାନୀ ପାଢୀ, ସନ୍ତୋଷୀ ପାତ୍ର ,ରଜନୀ ପ୍ରଧାନ ଗଞ୍ଜାମ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି I ଏପଟେ ପଂଚାୟତରେ ପିଇଓ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଯୋଗୁଁ ପଞ୍ଚାୟତ ଗୁଡ଼ିକରେ ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଠପ୍ ହୋଇପଡିଛି ଏବଂ ହିତାଧିକାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I

0
0
0
s2sdefault