ପଦ୍ମପୁର ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ଏନ୍ଏସି ତରଫରୁ ସ୍ଥାନୀୟ ରାଜାଜୀ ଟାଉନ ହଲ୍‌ଠାରେ ନିଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସ ସମାରୋହରେ ପାଳିତ ହୋଇଯାଇଛି। ଏନ୍ଏସି ଅଧ୍ୟାକ୍ଷା ସାବିତ୍ରୀ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବିଧାୟିକା ବର୍ଷାସିଂ ବରିହା, ସମ୍ମାନିତ ଅତିଥି ଭାବରେ ବିଡିଓ ବିଶ୍ଵନାଥ ସାହୁ, ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ, ଥାନା ଅଧିକାରୀ ମମତା ନାଏକ, ମୁଖ୍ୟ ବକ୍ତା ଭାବରେ ଅଧ୍ୟାପିକା ଶର୍ମିଳା ପଣ୍ଡା ଯୋଗ ଦେଇ ସ୍ଵାୟତ୍ତ ଶାସନ ଦିବସ ସଂପର୍କରେ ଆଲୋକପାତ କରିଥିଲେ।

ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପୂର୍ବରୁ ଏନ୍ଏସି ଅଧ୍ୟକ୍ଷା ଓ କର୍ମଚାରୀମାନଙ୍କ ଦ୍ବାରା ସକାଳେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ସହର ପରିକ୍ରମା ପରେ ଉପଖଣ୍ଡ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ରାଜେନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

0
0
0
s2sdefault