"ରସାବଳିର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରାଯିବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସ୍ତରୀୟ ରସାବଳି ଦିବସ ପ୍ରଭୁ ଶ୍ରୀ ବଳଦେବ ଜୀଉ ଙ୍କ ଜନ୍ମଦିନ ତଥା ଗହ୍ମା ପୂର୍ଣମୀରେ ପାଳନ ହେବ l

ଭୁବନେଶ୍ୱର : ଆଜି ଗୁରୁ କେଳୁଚରଣ ମହାପାତ୍ର ‌ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ତରୀୟ ରସାବଳି ଦିବସ ଉତ୍ସବ। ଏହି ଉତ୍ସବକୁ ଓଡିଶା ସଂସ୍କୃତି ଓ ପରମ୍ପରା ପୁନରୁଦ୍ଧାର ସମିତିର ପକ୍ଷରୁ ଆୟୋଜନ କରାଯାଇଥିଲା। ସମିତିର ଆବାହକ ଜ୍ୟୋସ୍ନାମୟୀ ପରିଡାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋ’ମାତା ପୂଜନ କରାଯାଇଥିଲା। ପରେ କେନ୍ଦ୍ରାପଡ଼ାରୁ ଆସିଥିବା ପାଲା, କେନ୍ଦରା, ସଂକୀର୍ତ୍ତନ, ଘୋଡାନାଚର କଳାକାମାନଙ୍କୁ ନିଜର "ଓଡିଶା ସଂସ୍କୃତି ଓ ପରମ୍ପରା ସୁରକ୍ଷା ସମ୍ମାନ 2023" ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା । ସଂଧ୍ୟାରେ କେନ୍ଦ୍ରାପଡା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜିଉଙ୍କର ଜନ୍ମଦିନ ଅବସରରେ ପାରମ୍ପରିକ ରକ୍ଷା ବନ୍ଧନ ଉତ୍ସବ ଓ ସଂଧ୍ୟା ଆଳତୀ କରାଯାଇଥିଲା।

ଏହାପରେ କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳି ଷ୍ଟଲକୁ ଦର୍ଶକନିମନ୍ତେ ଉଦ୍‌ଘାଟନ କରାଯାଇଥିଲା। ଯେଉଁ ରସାବଳି ପ୍ରସାଦକୁ ଉପସ୍ଥିତ ଦର୍ଶକମାନେ ଖାଇ ଭରପୁର ଆନନ୍ଦ ଉଠାଇଥିଲେ। କେନ୍ଦ୍ରାପଡ଼ାର ଶ୍ରୀଶ୍ରୀ ବଳଦେବଜିଉଙ୍କ ପ୍ରିୟ ଭୋଗ ରସାବଳିକୁ ମହାପ୍ରଭୁ ବଳଦେବଙ୍କ ଜନ୍ମଦିନ ରକ୍ଷାବନ୍ଧନ ଉତ୍ସବରେ ରସାବଳି ଦିବସ ଭାବେ ପ୍ରତିବର୍ଷ ପାଳନ କରିବା ଓ ରସାବଳିକୁ ସରକାର ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରନ୍ତୁ ବୋଲି ନିବେଦନ କରି ସମିତି ଏହି କାର୍ଯ୍ୟକ୍ରମକୁ କରିଥିବା ମତପ୍ରକାଶ କରିଛି। ଆଜି ସଂଧ୍ୟାର ଉତ୍ସବରେ ବିଧାୟକ ଶଶୀଭୂଷଣ ବେହେରା, ମେୟର ସୁଲୋଚନା ଦାସ, ସଂସ୍କୃତି ନିର୍ଦେଶକ ଦିଲ୍ଲୀପ୍ ରାଉତରାୟ, ଓଟିଡ଼ିସି ଅଧ୍ୟକ୍ଷ ଲେଲିନ୍ ମହାନ୍ତି, ନନ୍ଦୀଘୋଷ ଟିଭି ମୁଖ୍ୟ ଶିଶିର ଭଟ୍ଟମିଶ୍ର, ସାଂସଦ ଅମର ପଟ୍ଟନାୟକ, ଯୁବନେତା ସଞ୍ଜୟ ଅଗ୍ରୱାଲ, ଏମଏସଏମଇ ବିଭୁତୀଭୁଷଣ ଦାସ ଆଇଓଏଫଏସ୍ ଓ ନାଲକୋ ସମ୍ବିତ ପରିଡ଼ା ଅତିଥିଭାବେ ଯୋଗଦେଇ ରସାବଳି ଦିବସକୁ ପ୍ରଶଂସା କରିବା ସହିତ ସରକାରଙ୍କ ନିକଟରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନକରି ନିଶ୍ଚିୟ ଏହି ପ୍ରୟାସକୁ ସଫଳକରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରସାବଳିକୁ ନେଇ ଜୟଶ୍ରୀ ଧଳଙ୍କ ଏକ ମ୍ୟୁଜିକ ଭିଡ଼ିଓ ଏବଂ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଶେଷରେ ରସାବଳି ଗୀତରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମଶେ‌ଷରେ ଆବାହକ ଶ୍ରୀମତୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault