କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦିନୀମାଳସ୍ଥିତ ହୀରାଧର ଯୁବକ ସଂଘ ଉଚ୍ଚ ବିଦ୍ୟାଳୟ ର ପ୍ରାକୃତିକ ପରିବେଶ ଏକ ବିରାଟ ଗଛ ମୂଳରେ ପ୍ରଧାନ ଶିକ୍ଷକ କମଲ ଲୋଚନ ନାଏକ ଙ୍କ ସଭାପତିତ୍ବରେ ସ୍ଵଭାବକବି ଗଙ୍ଗାଧର ମେହେର ଙ୍କ ୧୩୬ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି ।ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମେହେର କବିଙ୍କ ଦେଶ ପ୍ରେମ ଓ ମାତୃଭାଷା ପ୍ରେମ ସହ ପ୍ରକୃତି କୁ କେମିତି ଭଲ ପାଉଥିଲେ ସେ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ ।ସମ୍ମାନିତ ଅତିଥି ଭାବରେ ମୋ ଜଙ୍ଗଲ ଯୋଜନାର ସଂଯୋଜକ ପରିମଳ ପଣ୍ଡା ପ୍ରକୃତି ର ସଂରକ୍ଷଣ ହିଁ କବିଙ୍କ ପ୍ରତି ଶ୍ରେଷ୍ଟ ଶ୍ରଦ୍ଧାଂଜଳି ବୋଲି ମତ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟ ଶିକ୍ଷକ ଦେବାନନ୍ଦ କର୍ସେଲ ଓ ରାଜେଶ୍ କୁମାର ନାୟକ ଓ ଶୁଗତ କୁମାର ପଟେଲ ମଞ୍ଚଷିନ ରହି ଭାଷଣ ମାଧ୍ୟମ ରେ ଶ୍ରଦ୍ଧାଂଜଳି ଜଣାଇଥିଲେ । ସଭାରେ ଛାତ୍ର, ଛାତ୍ରୀ ମା,ମାଟି ଓ ମାତୃଭାଷା ର ସେବା ପାଇଁ ହାତ ଉଠାଇ ଶପଥ ଗ୍ରହଣ କରିଥିଲେ । ପ୍ରାରମ୍ଭ ରେ ସଂସ୍କୃତ ଶିକ୍ଷକ ବିଭୂତି ଭୂଷଣ ପଟେଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ସୁଭଦ୍ରା,ଜୁଲି, ସୁହାନି, ଆକାଂକ୍ଷା, ଲିପ୍ସା, ରୁକ୍ମଣୀ ,ଗୋଦାବରୀ ପ୍ରମୁଖ ସ୍ୱାଗତ ସଙ୍ଗୀତ ସହ ମେହେର ସଙ୍ଗୀତ ଗାନ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଦୀପ୍ତି ମୟୀ ନାଏକ ସ୍ବରଚିତ କବିତା ପାଠ ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଚନ୍ଦିନୀମାଳ ରେ ମେହେର ଜୟନ୍ତୀ ପାଳିତ: ମା,ମାଟି ଓ ମାତୃଭାଷାର ସେବା ପାଇଁ ଛାତ୍ର ଛାତ୍ରୀ ନେଲେ ଶପଥ
- Hits: 272









