ଚିଲିକା/ବାଣପୁର:(ସେକ୍ କୌସର) ସରକାରଙ୍କ ଦ୍ଵାରା ପ୍ରଦତ ଜନହିତ କାର୍ଯ୍ୟପାଇଁ ଆସୁଥିବା ଅର୍ଥ ରାଶି ଗ୍ରାମାଞ୍ଚଳରେ ସାଧାରଣ ଜନତା CSP ମାଧ୍ୟମରେ ପାଇଥାନ୍ତି। ଏଥି ଲାଗି ପ୍ରତ୍ୟେକ ପଞ୍ଚାୟତରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ ) ଦ୍ଵାରା ନିଯୁକ୍ତ ହୋଇଥିବା ଗ୍ରାହକ ସେବା କେନ୍ଦ୍ର (ସିଏସପି) ଗୁଡିକ କାର୍ଯ୍ୟ କରୁଛନ୍ତି,ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ୍ଷ ଭାବେ ପ୍ରତି ପଞ୍ଚାୟତରେ ସିଏସପି ପ୍ଲସ ଖୋଲିବା ପାଇଁ ସ୍ଥିର କରିଛନ୍ତି। ଯାହାକୁ ବିରୋଧ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକର ସିଏସପି ପରିଚାଳକ
ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ଓ ଚିଲିକା ବ୍ଲକର ଏସବିଆଇ ଦ୍ୱାରା ନିଯୁକ୍ତ ହୋଇଥିବା ସମସ୍ତ ସିଏସପି ର ପରିଚାଳକ ମାନେ ସେମାନଙ୍କୁ ନୂତନ ସିଏସପି ପ୍ଲସ ଯୋଜନାରେ ସାମିଲ କରିବା ଦାବି ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବାଣପୁର ବିଡ଼ିଓ, ତହସିଲଦାର ଏବଂ ଚିଲିକା ବିଡ଼ିଓ ଓ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।
ରାଜ୍ୟ
ସିଏସପି ପ୍ଲସ ଯୋଜନାକୁ ବିରୋଧ କଲେ ସିଏସପି ପରିଚାଳକ, ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର !!!
- Hits: 305








