ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର): ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଆଜି ସକାଳେ ପାଳିତ ହୋଇଯାଇଛି। ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ଏବଂ କର୍ମଚାରୀମାନେ ବାଣପୁର ବିଜୁ ପଟ୍ଟନାୟକ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ସହିଦ କୃତିବାସ ପାଟଶାଣୀ ଙ୍କ ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଥାନୀୟ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ନୃତନ ଆହାର କେନ୍ଦ୍ର, ନୃତନ ସୌଚାଳୟ, ନୃତନ ଖାଉଟି ଗୃହର ଶୁଭ ଉଦଘାଟନ କରିଥିଲେ ଅଧ୍ୟକ୍ଷ।
ମଧ୍ୟାହ୍ନରେ ସମୟରେ ସାମ୍ବାଦିକ ପ୍ରଦିନିଧି ମାନଙ୍କୁ ନେଇକି ଅଧ୍ୟକ୍ଷ ମିଟୁ ନାୟକ ଏକ ସାଧାରଣ ସଭା ଅନୁଷ୍ଠିତ କରିଥିଲେ। ଅନୁଷ୍ଠିତ ସଭାରେ ଏକ ବର୍ଷ ମଧ୍ୟରେ ଅଧ୍ୟକ୍ଷ ଏନଏସିକୁ ସରସ ସୁନ୍ଦର କରି ଗଢିତୋଳିବା ପାଇଁ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟକରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିବା ସହ ଆଗାମୀ ଦିନ ମାନଙ୍କରେ କିପରି ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉନ୍ନତୀ ହେଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।









