ହେଡଲାଇନସ୍:

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ରାଜ୍ୟ ଏନ୍ଏସ୍ଏସ୍ ପୁରସ୍କାର ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ ଏ୍ ସ୍ଏସ୍)ର ରାଜ୍ୟ ପୁରସ୍କାର ଗୁଡ଼ିକ ନିମନ୍ତେ ବିଜେତାମାନଙ୍କ ନାମ ଘୋଷଣା କରାଯାଇଛିା ୨୦୨୨-୨୩ ମସିହା ପାଇଁ ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଜାତୀୟ ସେବା ଯୋଜନାଗୁଡ଼ିକର ପ୍ରୋଗ୍ରାମ ଅଫିସର ଓ ୟୁନିଟମାନଙ୍କୁ ପୁରସ୍କୃତ କରାଯିବା ଏହା ବ୍ୟତୀତ ବୃକ୍ଷରୋପଣ, ରକ୍ତଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୟୁନିଟ୍ଗୁଡ଼ିକୁ ପୁରସ୍କୃତ କରାଯିବା ଅନୁରୂପ ଭାବରେ ଶ୍ରେଷ୍ଠ ସ୍ଵେଛାସେବୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବା
ବିଜେତାମାନଙ୍କୁ ଟ୍ରଫି, ନଗଦ ଅର୍ଥରାଶି, ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବା ବିଭାଗ ପକ୍ଷରୁ ଗଠିତ ବିଶେଷଜ୍ଞ କମିଟି ଦ୍ୱାରା ଚୟନ କରାଯାଇଥିବା ଏହି ବିଜେତାମାନଙ୍କୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବା ତିନିଜଣ ପ୍ରୋଗ୍ରାମ ଅଫିସର, ତିନିଟି ଶ୍ରେଷ୍ଠ କଲେଜ ୟୁନିଟ , ବୃକ୍ଷରୋପଣ, ରକ୍ତଦାନ ପାଇଁ ଦୁଇଟି ୟୁନିଟ୍ ସମେତ ୧୨ ଜଣ ସ୍ଵେଛାସେବୀଙ୍କୁ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛିା

0
0
0
s2sdefault