ପଥୁରୀରେ ରକ୍ତଦାନ ଶିବିର : ୧୮ ୟୁନିଟ୍ ରକ୍ତ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ଡଙ୍ଗାଘାଟ ପଞ୍ଚାୟତ ଅନ୍ତର୍ଗତ ପଥୁରୀ ଗ୍ରାମରେ ଓଡ଼ିଶା ମୋ ପରିବାର (ଜୀବନ ବିନ୍ଦୁ) ଓ ପଥୁରୀ କ୍ରିକେଟ କ୍ଲବ ଆନୁକୂଲ୍ଯରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ l ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଉପରେ ବିସ୍ତୃତ ଆଲୋଚନା କରିବା ସହିତ ଆୟୋଜକ କମିଟି କୁ ଧନ୍ୟବାଦ ଜ୍ଞାପନ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ପ୍ରତିନିଧି ଅନିରୁଦ୍ଧ ରଣା, ଭେଉଁରିଆ ପଞ୍ଚାୟତ ସଭାପତି ଉମେଶ ପ୍ରସାଦ ସାହୁ, ସରପଞ୍ଚ ସଙ୍କର୍ଷଣ ନାଗ, ସମିତି ସଭ୍ୟ ସୋନୁ ପାଣ୍ଡେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ପଦ୍ମପୁର ରକ୍ତଭଣ୍ଡାର ତରଫରୁ ଶିବିରରୁ ୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି l ସୁଶୀଲ ବେହେରା ଓ ଆଶିଷ ବେହେରା ଶିବିରକୁ ପରିଚାଳନା କରିଥିବା ବେଳେ କ୍ରିକେଟ କ୍ଲବ ର ସଦସ୍ୟ ସହଯୋଗ କରିଥିଲେ l

0
0
0
s2sdefault