ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର :ତା 31/08/23(ଆର୍ତ୍ତତ୍ରାଣ ମହାପାତ୍ର): ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସ୍ଥାନୀୟ ସରକାରୀ ଏଏନଏମ ତାଲିମ କେନ୍ଦ୍ରରେ ଜିଲ୍ଳା ସ୍ତରୀୟ ଚକ୍ଷୁଦାନ ପକ୍ଷ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଳା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି ଓ ଲେପ୍ରୋସି) ଡା ପଦ୍ମହଂସ ଦୋରା,ଚକ୍ଷୁ ବିଶେଷଜ୍ଞ ଡା ସଞ୍ଜିବ କୁମାର କର ,ପ୍ରିନସିପାଲ କନକଲତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନର ତାର୍ପଯ୍ୟ ଉପରେ ଗୁରୁତ୍ୱାରୋପ କରି ଚକ୍ଷୁଦାନ ଏକ ମହତ କାର୍ଯ୍ୟ ଯାହା ଦୃଷ୍ଟିହୀନଙ୍କୁ ଚକ୍ଷୁ ପ୍ରଦାନ କରି ଏକ ନୂଆଁ ସକାଳ,ନୂଆଁ ଆଶା,ନୂଆଁ ଆଲୋକ ପ୍ରଦାନ କରିଥାଏ ଏଣୁ ଚକ୍ଷୁହୀନ ସଂଖ୍ୟା ନିୟନ୍ତ୍ରଣ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ଆମେ ଯେପରି ବିଶେଷ ସହାୟକ ହୋଇପାରିବା ସେଥି ନିମନ୍ତେ ସମସ୍ତେ ସବୁ ସ୍ତରରେ ଯତ୍ନବାନ ହେବାକୁ ଗୁରୁତ୍ୱାରୋପ କରିଛନ୍ତି ।

ଅତିତିକ୍ତ ଜିଲ୍ଳା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସଭା କାର୍ଯ୍ୟ ପରଚାଳିତ ହୋଇଥିବା ବେଳେ ଏଏମଏନସିଡି ଗୀତାଞଳୀ ମେହେର ଏସଆଇ ମନୋଜ କୁମାର ପ୍ରଧାନ ଙ୍କ ପରିଚାଳନାରେ ଅନୁଷ୍ଠିତ କୁଈଜ ପ୍ରତିଯୋଗିତାର ୧୦ ଜଣ କୃତି ଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ ।ସଭାରେ ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀ ବୃନ୍ଦ, ଆଶା, ବିଭାଗୀୟ ଅଧିକାରୀ,ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ସ୍ୱାସ୍ଥ୍ୟ ପରିଦର୍ଶକ ଧନ୍ୟବାଦ ପ୍ରଦାନ କରିଥିଲେ ।

0
0
0
s2sdefault